Home Sports କେଏଲ୍ ରାହୁଲ ଶତକ ବେକାର, ଶେଷ ଦିନିକିଆ ସହ ସିରିଜ ପୋଛିନେଲା ନ୍ୟୁଜିଲାଣ୍ଡ

କେଏଲ୍ ରାହୁଲ ଶତକ ବେକାର, ଶେଷ ଦିନିକିଆ ସହ ସିରିଜ ପୋଛିନେଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମୋଙ୍ଗନାଇ: ଏଠାରେ ଅନୁଷ୍ଠିତ ଭାରତ-ନ୍ୟୁଜିଲ୍ୟାଣ୍ଡ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌କୁ ଘରୋଇ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ଜିତି ଟି-୨୦ ମ୍ୟାଚ୍‌ର ବଦଲା ନେଇଛି । ଟି-୨୦ ସିରିଜ୍‌ରେ ଭାରତ ୫-୦ରେ ସିରିଜ୍ ମୂଳପୋଛ କରିଥିଲା ବେଳେ ଆଜି ଘରୋଇ ନ୍ୟୁଜିଲ୍ୟାଣ୍ଡ ଏକଦିବସୀୟ ସିରିଜ୍‌କୁ ୩-୦ରେ ମୂଳପୋଛ କରିନେଇଛି । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ପକ୍ଷରୁ ନିର୍ଦ୍ଧାରିତ ୨୯୭ ରନ୍‌କୁ ୪୭.୧ ଓଭରରେ ୫ ୱିକେଟ୍ ହରାଇ ହାସଲ କରିନେଇଛି । ଭାରତ ପକ୍ଷରୁ ଓପନର ପୃଥ୍ୱୀ ଶ\’ ୪୦ ( ୩ ଚୌକା, ୨ ଛକା), ଶ୍ରେୟସ ଆୟାର ୬୨ ( ୯ ଚୌକା), କେଏଲ୍ ରାହୁଲ୍ ୧୧୨ (୯ ଚୌକା, ୨ ଛକା) ଓ ମନୀଷ ପାଣ୍ଡେ ୪୨ ( ୨ ଚୌକା) ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସୌଦୀ ୩ଟି ୱିକେଟ୍ ନେଇଥିବା ବେଳେ କେଲ୍ ଜେମସନ୍‌, ବେନେଲ୍ଟ, ସାଣ୍ଟନର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ୨୯୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଘରୋଇ ନ୍ୟୁଜିଲ୍ୟାଣ୍ଡର ପ୍ରତ୍ୟେକ ଖେଳାଳି ଉତ୍ତମ ପ୍ରଦର୍ଶନ କରିଥିଲେ । ମାର୍ଟିନ୍ ଗପଟିଲ୍ ମାତ୍ର ୪୬ଟି ବଲରୁ ୬ଟି ଚୌକା ଓ ୪ଟି ଛକା ସାହାଯ୍ୟରେ ୬୬ ରନ୍ କରିଥିବା ବେଳେ ନିକୋଲାସ ୮୦ ( ୯ ଚୌକା), କେନ୍ ୱିଲିୟମସନ୍ ୨୨, ରସ୍ ଟେଲର ୧୨, ନିସାମ ୧୯ କରିଥିବା ବେଳେ ଟମ୍ ଲଥାମ୍ ୩୨ ଓ ଡି ଗ୍ରାଣ୍ଡହୋମ୍ ୫୮ ରନ୍ କରି ଦଳକୁ ଜିତାଇଥିଲେ । ହେନେରି ନିକୋଲାସ୍‌ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଥିବା ବେଳେ ରସ୍ ଟେଲରଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>