Home Sports ଆକମଲଙ୍କ ମତରେ ଏହି କ୍ରିକେଟର ଶ୍ରେଷ୍ଠ ସିକ୍ସ ହିଟର

ଆକମଲଙ୍କ ମତରେ ଏହି କ୍ରିକେଟର ଶ୍ରେଷ୍ଠ ସିକ୍ସ ହିଟର

ଇସଲାମାବାଦ : ସୋସିଆଲ୍ ମିଡ଼ିଆ ମାଧ୍ୟମରେ ନିକଟରେ ପାକିସ୍ତାନର ଭେଟେରାନ୍ ୱିକେଟ୍ କିପର, ବ୍ୟାଟ୍ସମ୍ୟାନ୍ କମ୍ରାନ୍ ଆକମଲ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ୟୁଜରମାନେ ତାଙ୍କୁ ବିଭିନ୍ନ ଦିଗ ଉପରେ ପ୍ରଶ୍ନ କରିଥିଲେ । ଯେତେବେଳେ ଶ୍ରେଷ୍ଠ ସିକ୍ସ ହିଟର କିଏ ବୋଲି ପ୍ରଶ୍ନ କରାଗଲା, ଆକମଲ ଚଟାପଟ ତାଙ୍କର କୌଣସି ସମସାମୟିକ ବ୍ୟାଟ୍ସମ୍ୟାନ୍ ବଦଳରେ ରୋହିତ ଶର୍ମାଙ୍କ ନାମ ନେଇଥିଲେ । ଆକମଲ୍ କହିଥିଲେ ଯେ, ମୋ ମତରେ ବର୍ତ୍ତମାନ ରୋହିତ ଜଣେ ସବୁଠୁ ସଫଳ ଛକା ଓ ଚୌକା ହିଟ୍ କରିପାରୁଥିବା ବ୍ୟାଟ୍ସମ୍ୟାନ୍ । ବିଶେଷତଃ ଟି-୨୦ କ୍ରିକେଟରେ ସେ ଯେଭଳି ଅଧିକରୁ ଅଧିକ ଛକା ମାରିଛନ୍ତି ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସନୀୟ । ଏ କ୍ଷେତ୍ରରେ ଏବେ ସେ ୧୨୭ରେ ପହଞ୍ଚିଛନ୍ତି । ତାଙ୍କ ତଳକୁ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ଓପନର ମାର୍ଟିନ୍ ଗପଟିଲ୍ (୧୦୯) ଓ କଲିନ୍ ମୁନରୋ (୧୦୭) । ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ ବାହାରେ ଅଛନ୍ତି ରୋହିତ । ଆହତ ସମସ୍ୟା ଯୋଗୁଁ ସେ ଖେଳୁନାହାଁନ୍ତି । ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତ ୫-୦ରେ ସିରିଜ୍ ମୂଳପୋଛ କରିଥିଲା । ଏଥିରେ ତାଙ୍କର ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ଥିଲା । ଟି-୨୦ ପର୍ମାଟରେ ରୋହିତ ଯେଭଳି ଭାବରେ ବ୍ୟାଟିଂ କରୁଛନ୍ତି, ବିଶେଷତଃ ଛକା, ଚୌକା ମାରୁଛନ୍ତି ତାହା ତାଙ୍କର ଦକ୍ଷତାର ପ୍ରମାଣ ଦିଏ ବୋଲି ଆକମଲ୍ କହିଛନ୍ତି । ରୋହିତ ଆହତ ହେବା ପରେ ତାଙ୍କର ଏମ୍‌ଆର୍‌ଆଇ ସ୍କାନିଂ ହାମିଲଟନ୍‌ଠାରେ ହୋଇଥିଲା । ଆଘାତ ଥିବା ଜଣାପଡ଼ିବା ପରେ ତାଙ୍କୁ ବିଶ୍ରାମ ଦିଆଯାଇଛି । ଏହି ଓପନିଂ ବ୍ୟାଟ୍ସମ୍ୟାନ୍ ଏବେ ନ୍ୟାସନାଲ୍ କ୍ରିକେଟ୍ ଏକାଡ଼େମୀରେ କିଛିଦନ ପାଇଁ ଚିକିତ୍ସା ଓ ଅଭ୍ୟାସରେ ରହିବେ । ସେ ସଂପୂର୍ଣ୍ଣ ଆହତ ମୁକ୍ତ ହେବା ପରେ ପଡ଼ିଆକୁ ଫେରିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>