ଟି-୨୦ ଦଳରେ ସାମିଲ ହେଲେ ସାମସନ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତକୁ ଏକ ବଡ ଝଟକା ଲାଗିଛି । ଭାରତର ଓପନର ଶିଖର ଧାୱାନ ଆହତ କାରଣରୁ ଏହି ସିରିଜରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଚୟନକର୍ତ୍ତା ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ୧୫ଜଣିଆ ଦଳରେ ସାମିଲ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଟି-୨୦ ଦଳରେ ସଞ୍ଜୁ ସାମସାନଙ୍କୁ ସାମିଲ କରାଯାଇନଥିବାରୁ ବହୁ ପୂର୍ବତନ ଖେଳାଳି ଚୟନକମିଟି ଉପରେ କ୍ଷୁବ୍ଧ ଥିଲେ ।

Loading...
>