ଖାତା ଖୋଲିପାରିଲେନି କୌଣସି ବ୍ୟାଟ୍ସମ୍ୟାନ, ୭୫୪ରନ ହାରିଲା ଟିମ୍

ମୁମ୍ବାଇ : ଏକ ଅଦ୍ଭୁତପୂର୍ବ କ୍ରିକେଟ ମ୍ୟାଚ୍ ଦେଖିବାକୁ ମିଳିଥିଲା ଅଣ୍ଡର ୧୬ ହାରିସ ଶିଲ୍ଡ ଟୁର୍ନାମେଣ୍ଟରେ । ଗୋଟିଏ ଦଳର କୌଣସି ଖେଳାଳି ଖାତା ଖୋଲିପାରିନଥିଲେ ଏବଂ ୭୫୪ରନରେ ହାରିବାକୁ ପଡିଥିଲା । ସ୍ୱାମୀ ବିବେକାନନ୍ଦ ସ୍କୁଲଓ ଚିଲଡ୍ରେନ୍ ୱେଲଫେୟର ସେଣ୍ଟର ସ୍କୁଲ ମଧ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଚିଲଡ୍ରେନ ୱେଲଫେୟର ସେଣ୍ଟର ସ୍କୁଲର କୌଣସି ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିଲେ । ସମସ୍ତ ବ୍ୟାଟ୍ସମ୍ୟାନ୍ ଶୂନ ରନରେ ଆଉଟ୍ ହୋଇଥିଲେ । ଅତିରିକ୍ତ ରନ ସହାୟତା ଦଳ ୭ ରନ କରିପାରିଥିଲା । ଏଥିରେ ଗୋଟିଏ ବାଏ ଓ ୬ଟି ୱାଇଟ୍ ରହିଛି । ସ୍ୱାମୀ ବିବେକାନନ୍ଦ ସ୍କୁଲ ୪୫ ଓଭରରେ ୪ ଉଇକେଟ୍ ହରାଇ ୭୬୧ ରନ କରିଥିଲା । ଦଳର ଖେଳାଳି ମିତ ମାୟେକର ୧୩୪ ବଲରେ ୭ଟି ଛକା ଓ ୫୬ଟି ଚୌକା ସହାୟତାରେ ୩୩୮ ରନ କରି ଅପରାଜିତ ରହିଥିଲେ ।

Loading...
>