ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ହେବେ ବୁମରାହ !

ନୂଆଦିଲ୍ଲୀ : ଭାରତୀୟ ପେସର ଜସପ୍ରୀତ ବୁମରାହ ପୀଠରେ ଯନ୍ତ୍ରଣା ଯୋଗୁଁ ଟିମରୁ ବାହାରେ ଅଛନ୍ତି । ଦକ୍ଷିଣ ଆଫ୍ରିକା ସିରିଜ ସମୟରେ ସେ ଆହତ ହୋଇଥିଲେ । ସୂଚନା ମୁତାବକ ୱେଷ୍ଟିଇଣ୍ଡିଜ୍ ଓ ଶ୍ରୀଲାଙ୍କ ବିପକ୍ଷ ସିରିଜରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନପାରେ । ବୁମରାହଙ୍କ ପୀଠର ଚିକିତ୍ସା ଏବେ ଚାଲିଛି ଓ ସେ ପିଜିଓ ଥେରେପି ଜରିଆରେ ସ୍ୱାସ୍ଥ୍ୟରେ ସୁଧାର ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ବୁମରାହ ଭାରତ ବନାମ ୱେଷ୍ଟିଇଣ୍ଡିଜ ସିରିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜରେ ବୋଲିଂ କରିଥିଲେ । ଟେଷ୍ଟ ମ୍ୟାଚରେ ମଧ୍ୟ ତାଙ୍କ ନାମ ପ୍ଲେଇଙ୍ଗ୍ ଇଲେଭେନରେ ଥିଲା କିନ୍ତୁ ସେ ନିଜ ଆଡୁ ବିଶ୍ରାମ ନେଇଯାଇଥିଲେ । ଭାରତୀୟ ଟିମ୍ ଜାନୁଆରୀରେ ଦିନିକିଆ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଯଦି ସେହି ସମୟରେ ବୁମରାହ ଠିକ୍ ହୋଇଯାଇଥିବେ ତେବେ ସେହି ସିରିଜରେ ତାଙ୍କୁ ଦେଖିବାକୁ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି । ଏହି ମିଡିଆ ସଂସ୍ଥା ରିପୋର୍ଟ ଅନୁଯାୟୀ ବୁମରାହ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ସିରିଜ ମଧ୍ୟ ଖେଳିପାରନ୍ତି । ଭାରତ ଇଣ୍ଡିଜ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ।

Loading...
>