ଆଇସିସି ଟେଷ୍ଟ୍ ର‌୍ୟାଙ୍କିଂ : ମୟଙ୍କ ଓ ସାମିଙ୍କ ଦବଦବା

ନୂଆଦିଲ୍ଲୀ: ଗତକାଲି ବାଂଲାଦେଶକୁ ୧୩୦ ରନ୍ ଓ ଏକ ଇଂନିସରେ ପରାସ୍ତ କରିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଓ ପେସର ମହମ୍ମଦ ସାମିଙ୍କ ଆଇସିସି ଟେଷ୍ଟ ର‌୍ୟାଙ୍କିଂରେ ଉନ୍ନତି ଘଟିଛି । ମହମ୍ମଦ ସାମି ପ୍ରଥମ ଇଂନିସରେ ୨୭ ରନ୍ ବିନିମୟରେ ୩ଟି ୱିକେଟ୍ ଓ ଦ୍ୱିତୀୟ ଇଂନିସରେ ୩୧ ରନ୍ ବିନିମୟରେ ୪ ଟି ୱିକେଟ୍ ଫଳରେ ସେ ଅଷ୍ଟମରୁ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଓ ପଏଣ୍ଟରେ ୭୯୦ ପଏଣ୍ଟରେ ପାଇଛନ୍ତି । ଆଗରୁ କପିଲ ଦେବ ୮୭୭ ପଏଣ୍ଟ ଓ ଜଶପ୍ରୀତ୍ ବୁମ୍ରା ୮୩୨ ପଏଣ୍ଟ ପାଇଥିଲେ । ସେହିପରି ଏହି ବାଂଲା ଟେଷ୍ଟରେ ଦ୍ୱିଶତକ (୨୪୩) ରନ୍ ହାସଲ କରିଥିବା ମୟଙ୍କ ଅଗ୍ରୱାଲା ମଧ୍ୟ ତାଙ୍କର ଟେଷ୍ଟ ର‌୍ୟାଙ୍କିଂରେ ଉନ୍ନତି ହୋଇଛି । ଏହି ୨୮-ବର୍ଷୀୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ଆଠୋଟି ଟେଷ୍ଟ ମ୍ୟାଚ୍ରେ ୮୫୮ ରନ୍ କରି ୬୯୧ ପଏଣ୍ଟ ପାଇ ୧୧ତମ ସ୍ଥାନରେ ରହିଛନ୍ତି । ସେହିପରି ଅନ୍ୟ ସାତଜଣ ଆଠୋଟି ମ୍ୟାଚ୍ରୁ ମୟଙ୍କଠାରୁ ଅଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ମାନଙ୍କ ମଧ୍ୟରେ ଡନ୍ ବ୍ରାଡମ୍ୟାନ୍ (୧୨୧୦ରନ୍), ଏଭରଟନ୍ ୱିକିଜ୍ (୯୬୮), ସୁନୀଲ୍ ଗାଭାସ୍କର (୯୩୮), ମାର୍କ ଟେଲର (୯୦୬), ଜର୍ଜ ହେଡଲି (୯୦୪), ଫ୍ରାଙ୍କ ଓର୍ଲେ (୮୯୦), ହର୍ବାଟ୍ ସଟ୍କ୍ଲିପ୍ (୮୭୨) ରନ୍ କରି ମୟଙ୍କଙ୍କଠାରୁ ଉଚ୍ଚରେ ରହିଛନ୍ତି । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଚାରିଟି ସ୍ଥାନ ଉପରକୁ ଉଠି ବର୍ତ୍ତମାନ ୩୫ତମ ସ୍ଥାନରେ ରହିଛନ୍ତି । ସେହିପରି ଇଶାନ୍ତ ଶର୍ମା ୨୦ତମ ସ୍ଥାନରେ, ଉମେଶ ଯାଦବ ୨୨ତମ ସ୍ଥାନରେ ରହିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ପ୍ରଥମ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସେହିପରି, ବାଂଲାଦେଶର ମୁସଫିକର ରହିମ ଯଥାକ୍ରମେ ୪୩ ଓ ୬୪ ରନ୍ କରି ପାଞ୍ଚୋଟି ସ୍ଥାନ ଉନ୍ନତି କରି ୩୦ତମ ସ୍ଥାନରେ ରହିଥିବା ବେଳେ ଲିଟନ ଦାସ ୯୨ତମ ସ୍ଥାନରୁ ଉଠି ୮୬ତମ ସ୍ଥାନରେ ରହିଛନ୍ତି ।

Loading...
>