ଆଇପିଏଲ୍‌ରେ ଲାଗୁ ହୋଇପାରେ “ପାୱାର ପ୍ଲେୟାର’ ନିୟମ, ରୋମାଞ୍ଚକର ହେବ ମ୍ୟାଚ୍‌

ନୂଆଦିଲ୍ଲୀ: ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣରେ ଏକ ନୂଆ ବ୍ୟବସ୍ଥା ଦେଖିବାକୁ ମିଳିବ । ଏହା ସମ୍ପୂର୍ଣ୍ଣ ଭାବରେ ଅଭିନବ ଓ ଚମତ୍କାର ବ୍ୟବସ୍ଥା ହେବ ବୋଲି କୁହଯାଉଛି । ବିସିସିଆଇ ଏହି ବ୍ୟବସ୍ଥାକୁ ଲାଗୁ କରିବା ନେଇ ଯୋଜନା ଚୂଡ଼ାନ୍ତ କରିସାରିଛି । ଏହାକୁ ପାୱାର ପ୍ଲେୟାର କୁହାଯାଉଛି । ଏହି ବ୍ୟବସ୍ଥା ଅନୁସାରେ ଖେଳ ଚାଲିଥିଲା ବେଳେ ଦଳମାନେ ଗୋଟିଏ ୱିକେଟର ପତ୍ତନ ପରେ ଚାହିଁଲେ ଜଣେ ବିକଳ୍ପ କ୍ରିକେଟରଙ୍କୁ ଖେଳାଇପାରିବେ । ସେହିପରି, ଖେଳର ଯେକୌଣସି ସମୟରେ ଗୋଟିଏ ଓଭରର ସମାପ୍ତି ପରେ ମଧ୍ୟ ସେମାନେ କେଳାଳି ବଦଳାଇ ପାରିବେ । ଏହାଦ୍ୱାରା ଦଳଗୁଡ଼ିକ ପରିସ୍ଥିତି ଅନୁସାରେ ଖେଳାଳିଙ୍କୁ ଖେଳ ପଡ଼ିଆକୁ ଛାଡ଼ି ପାରିବେ । ଫଳରେ ସେମାନଙ୍କୁ ବୋଲିଂ ଓ ବ୍ୟାଟିଂ କ୍ଷେତ୍ରରେ ଉପଯୁକ୍ତ ସାହାଯ୍ୟ ମିଳିବ ବୋଲି ବିସିସିଆଇ ଆଶା କରୁଛି । ବିସିସିଆଇର ଏଭଳି ଯୋଜନାକୁ ନେଇ କର୍ମକର୍ତ୍ତାମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି । ତେବେ ଭାରତୀୟ ଅଧିନାୟକଙ୍କ ମତ ଜଣା ପଡ଼ିନାହିଁ । ଅଳ୍ପଦିନ ଭିତରେ ଏହି ଯୋଜନା ନେଇ ଏକ ପୂର୍ଣ୍ଣାଙ୍ଗ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।

Loading...
>