ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅସ୍ତ୍ରୋପଚାର ସଫଳ

ଲଣ୍ଡନ: ଭାରତର ଅନ୍ୟତମ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ପିଠି ଅସ୍ତ୍ରୋପଚାର ଶେଷ ହୋଇଛି । ଲଣ୍ଡନର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଛି । ଏହି ଅସ୍ତ୍ରୋପଚାର ସଂପୂର୍ଣ୍ଣ ସଫଳ ହୋଇଛି । ଏ ନେଇ ସୋଶିଆଲ୍ ମିଡ଼ିଆରେ ପୋଷ୍ଟ କରାଯାଇଛି । ପାଣ୍ଡ୍ୟାଙ୍କ ପିଠିର ତଳଭାଗରେ ସମସ୍ୟା ଦେଖାଦେଇଥିଲା । ଯାହାଫଳରେ ଖେଳିବା ସମ୍ଭବ ହୋଇନଥିଲା । ପାଣ୍ଡ୍ୟା ପୋଷ୍ଟ୍ କରିଥିବା ମେସେଜ୍ରେ କହିଛନ୍ତି ଯେ, ସର୍ଜରୀ ସଂପୂର୍ଣ୍ଣ ସଫଳ ହୋଇଛି । ଏଥିପାଇଁ ମୁଁ ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଉଛି । ଖୁବ୍ଶୀଘ୍ର ମୁଁ ପଡ଼ିଆକୁ ଫେରିବି । ସେ ପର୍ଯ୍ୟନ୍ତ ମୋତେ ସମସ୍ତେ ମିସ୍ କରିବେ ବୋଲି ସେ କହିଛନ୍ତି ।ଏହି ଆହତ ସମସ୍ୟା ପାଇଁ ହାର୍ଦ୍ଦିକ ଆସନ୍ତା ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ ହେବେ ନାହିଁ । ତାଙ୍କ ପୂର୍ବରୁ ଶ୍ରେଷ୍ଠ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ଏହି ଆହତ ସମସ୍ୟା ପାଇଁ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍ ପଡ଼ିଛନ୍ତି । ସେ ଏବେ ଚିକିତ୍ସା ପାଇଁ ଇଂଲଣ୍ଡ ଯାଇଛନ୍ତି । ହାର୍ଦ୍ଦିକଙ୍କ ଏହି ଆହତ ସମସ୍ୟା ତାଙ୍କୁ ଦୀର୍ଘଦିନ କ୍ରିକେଟରୁ ଦୂରେଇ ରଖିବାର ସମ୍ଭାବନା ଆଶଙ୍କା ସୃଷ୍ଟି କରିଛି । ଏପରିକି ସେ ୨୦୨୦ ଆଇପିଏଲ୍ ପୂର୍ବରୁ ଦଳକୁ ଫେରିପାରିବେ ନାହିଁ ବୋଲି ଜଣାପଡିଛି । ପୂର୍ବରୁ ହାର୍ଦ୍ଦିକ ଗତ ଏସିଆ କପ୍ ସମୟରେ ଏହି ଆହତ ସମସ୍ୟା ଅନୁଭବ କରିଥିଲେ । ଏଥିପାଇଁ ସେ ଇଂଲଣ୍ଡରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଏବେ ସେହି ଡାକ୍ତର ତାଙ୍କର ଚିକିତ୍ସା କରିବେ ।

Loading...
>