ଖୁବଶୀଘ୍ର ଅବସର ନେବେ ହରଭଜନ !

ନୂଆଦିଲ୍ଲୀ:ଭାରତୀୟ ଦଳର ଅଫ୍ ସ୍ପିନର ହରଭଜନ ସିଂ ଅତିଶୀଘ୍ର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି । ଏବେ ସେ ଇଂଲଣ୍ଡରେ କ୍ରିକେଟ୍ ଖେଳିବେ । ଇଂଲଣ୍ଡରେ ଜୁଲାଇ ୨୦୨୦ରେ ହେବାକୁ ଥିବା ଦ ହଣ୍ଡ୍ରେଡ୍ ଲିଗ୍ ସିରିଜର ୨୫ ଜଣିଆ ଡ୍ରାଫ୍ଟରେ ତାଙ୍କର ନାମ ରହିଛି । କାରଣ ସନ୍ନ୍ୟାସ ନେବା ପୂର୍ବରୁ ଏହି ସିରିଜରେ କୌଣସୀ କ୍ରିକେଟର ଖେଳିପାରିବେ ନାହିଁ ।ହରଭଜନ ଭାରତ ପାଇଁ ୨୦୧୬ ଏସିଆ କପରେ ଶେଷଥର ପାଇଁ ଖେଳିଥିଲେ । ତେବେ ଇଂଲଣ୍ଡରେ ତାଙ୍କୁ ଏହି ସିରିଜ ପାଇଁ ଏକ ଲକ୍ଷ ପାଉଣ୍ଡ ପ୍ରଦାନ କରାଯିବ । କିନ୍ତୁ ବିସିସିଆଇ ହରଭଜନଙ୍କ ସନ୍ନ୍ୟାସ ନେବା ଆଲୋଚନାକୁ ଖାରଜ କରିଛି ।ଡ୍ରାଫ୍ଟରେ ହରଭଜନଙ୍କ ନାମ ସାମିଲ ହେବା ପରେ ବିସିସିଆଇ ଦ୍ୱନ୍ଦ୍ୱରେ ପଡିଛି । କାରଣ କୌଣସୀ ଭାରତୀୟ କ୍ରିକେଟର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନ ନେବା ପୂର୍ବରୁ ଅନ୍ୟ କୌଣସୀ ବିଦେଶୀ ଲିଗରେ ଖେଳିପାରିବେ ନାହିଁ । ନିକଟରେ ଯୁବରାଜ ସିଂଙ୍କ ମାମଲାରେ ଏପରି ହୋଇଥିଲା । ସେ କାନାଡା ଗ୍ଲୋବାଲ ଟି୨୦ ଲିଗ ଖେଳିବା ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ ।

Loading...
>