ପଦ୍ମ ସମ୍ମାନ ପାଇଁ ଏହି ସବୁ ମହିଳା ଖେଳାଳିଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନଅ ଜଣ ଆଥଲେଟ୍ଙ୍କ ନାମ ସୁପାରିଶ କରାଯାଇଛି । ସବୁଠୁ ଖୁସି ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ସେମାନେ ସମସ୍ତେ ମହିଳା । ଭାରତୀୟ କ୍ରୀଡ଼ା ଇତିହାସରେ ଏହା ପ୍ରଥମ ଘଟଣା । ସୁପାରିଶ୍ ହୋଇଥିବା ଖେଳାଳିମାନଙ୍କ ମଧ୍ୟରେ ବକ୍ସର ଏମ୍ସି ମାରିକମ୍, ପିଭି ସିନ୍ଧୁ, ଭୀନେଶ ଫୋଗତ, ହରମନ୍ପ୍ରୀତ କୌର, ରାଣୀ ରାମପାଲ୍, ସୁମା ସିରୁର, ମନିକା ବାତ୍ରା, ତାସି ଓ ନୁଙ୍ଗସି ମଲ୍ଲିକ । ପଦ୍ମ ବିଭୂଷଣ ପାଇଁ ମାରିକମ୍ଙ୍କ ନାମ ସୁପାରିଶ୍ କରାଯାଇଥିବା ବେଳେ ପଦ୍ମ ଭୂଷଣ ପାଇଁ ପିଭି ସିନ୍ଧୁଙ୍କ ନାମ ସୁପାରିଶ କରାଯାଇଛି । ଅନ୍ୟ ସମସ୍ତଙ୍କ ନାମ କେବଳ ପଦ୍ମଶ୍ରୀ ପାଇଁ ସୁପାରିଶ କରାଯାଇଛି । ପଦ୍ମଶ୍ରୀ ବିଭୂଷଣ ହେଉଛି ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ । ପ୍ରକଶଥାଉକି, ୨୦୧୩ରେ ମ୍ୟାରିକମ୍ଙ୍କୁ ପଦ୍ମଭୂଷଣ ଏବଂ ୨୦୦୬ରେ ପଦ୍ମଶ୍ରରେ ସମ୍ମାନ ମିଳିଥିଲା । ୨୦୧୭ରେ ପଦ୍ମଭୂଷଣ ପାଇଁ ସିନ୍ଧୁଙ୍କ ନାମ ସୁପାରିଶ କରାଯାଇଥିଲା । କିନ୍ତୁ କୌଣସି କାରଣରୁ ଚୂଡ଼ାନ୍ତ ତାଲିକାରେ ତାଙ୍କ ନାମ ନଥିଲା । ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉଲ୍ଳେଖଯୋଗ୍ୟ ଯେ, ତିନିଜଣ ପୁରୁଷ ଖେଳାଳିଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ସେମାନେ ହେଲେ ଚେସ୍ ଚାମ୍ପିୟନ୍ ବିଶ୍ୱନାଥନ୍ ଆନନ୍ଦ, କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଓ ପର୍ବତାରୋହୀ ସାର୍ ଏଡମଣ୍ଡ ହିଲାରୀ । ଏମାନଙ୍କୁ ଯଥାକ୍ରମେ ୨୦୦୭, ୨୦୦୮ରେ ଏହି ସମ୍ମାନ ଦିଆଯାଇଛି । ହିଲାରୀଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ମିଳିଥିଲା ।

Loading...
>