ଟ୍ରମ୍ପଙ୍କୁ ଭେଟିଲେ ଗାଭାସ୍କର

ନୂଆଦିଲ୍ଲୀ: କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଗାଭାସ୍କର ଏକ ଚ୍ୟାରିଟି ପାଉଣ୍ଡେଶନ ପାଇଁ ସେ ଅର୍ଥ ଯୋଗାଡ଼ କରିବା ଲାଗି ନ୍ୟୁୟର୍କ ଗସ୍ତ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ନ୍ୟୁ ୟର୍କସ୍ଥିତ ଟ୍ରମ୍ପ ବେଡମିନଷ୍ଟର ଗଲ୍ଫ କୋର୍ସଠାରେ ଟ୍ରମ୍ପଙ୍କୁ ଭେଟିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଓ ଟେଷ୍ଟ ସିରିଜ୍‌ ପୂର୍ବରୁ ସମୟ ବାହାର କରି ଆମେରିକା ଗସ୍ତ କରିଥିଲେ। ସେଠାରେ ହାର୍ଟ ଟୁ ହାର୍ଟ ଫାଉଣ୍ଡେଶନ (ଏଚ୍‌୨ଏଚ୍‌) ପ୍ରତି ସଚତେନତା ସୃଷ୍ଟି କରିବା ଲାଗି ଉଦ୍ୟମ କରିଥିଲେ। ନବି ମୁମ୍ବାଇସ୍ଥିତ ସତ୍ୟ ସାଇ ସଞ୍ଜିବନୀ ମେଡିକାଲ ଜନ୍ମଜାତ ହୃଦୟ ସମସ୍ୟାର ମାଗଣା ଅସ୍ତ୍ରୋପଚାର କରୁଛି। ଆଇକନିକ ବ୍ୟାଟ୍ସମ୍ୟାନ ନ୍ୟୁ ଜର୍ସି ଓ ଆଟଲାଣ୍ଟାଠାରେ ବହୁ ଇଭେଣ୍ଟରେ ଯୋଗ ଦେଇଥିଲେ। ଗାଭାସ୍କର ଚଳିତ ଟେଷ୍ଟ ସିରିଜ୍‌ରେ କମେଣ୍ଟ୍ରି କରୁଛନ୍ତି। ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ପରେ ସେ ଆମେରିକା ଫେରି ସିଲିକନ ଭ୍ୟାଲି, ସିଟଲ, ଲୌସଭିଲେଠାରେ ଆଉ କିଛି ଇଭେଣ୍ଟରେ ଯୋଗଦେବେ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ କମେଣ୍ଟ୍ରି ପାଇଁ ସେ ସ୍ବଦେଶ ଫେରିବେ। ଉଲ୍ଲେଖଥାଉ କି, ଲୌସଭିଲେଠାରେ ଗାଭାସ୍କରଙ୍କ ନାମରେ କ୍ରିକେଟ ଷ୍ଟାଡିୟମ ରହିଛି।

Loading...
>