ସଂକଟରେ ଋଷଭ ପନ୍ତଙ୍କ କ୍ୟାରିଅର, ଟିମ୍ ଇଣ୍ଡିଆରେ ଏହି ଦୁଇ ଖେଳାଳି ନେଇପାରନ୍ତି ତାଙ୍କ ସ୍ଥାନ

ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଟିମ୍ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଉଭୟ ଟି-୨୦ ଓ ଦିନିକିଆ ସିରିଜକୁ କବଜା କରିସାରିଛି । କିନ୍ତୁ କେତେକ ଖେଳାଳିଙ୍କ ଖରାପ ଫର୍ମ ଭାରତୀୟ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇ ଦେଇଛି । ଏହି ଖେଳାଳିମାନଙ୍କ ମଧ୍ୟରେ ଆଗରେ ରହିଛନ୍ତି ଶିଖର ଧାୱନ ଓ ଋଷଭ ପନ୍ତ । ପନ୍ତଙ୍କୁ ଏହି ଗସ୍ତସୂଚୀରେ ମହେନ୍ଦ୍ର ସିଂଙ୍କ ଉତ୍ତରଧିକାରୀ ଭାବେ ଚୟନ କରାଯାଇଛି । କିନ୍ତୁ ସେ ନା ବ୍ୟାଟିଂ ନା ଉଇକେଟ କିପିଂରେ ଟିମ ମ୍ୟାନେଜମେଣ୍ଟକୁ ପ୍ରଭାବିତ କରିପାରିଛନ୍ତି । ପନ୍ତଙ୍କୁ ତିନୋଟି ଯାକ ଫର୍ମାଟରେ ପ୍ରଥମ ପସନ୍ଦର ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଦଳରେ ନିଆଯାଇଛି । କିନ୍ତୁ ସେ ଟି-୨୦ ଓ ଦିନିକିଆରେ ଦଳକୁ ବହୁତ ନିରାଶ କରିଛନ୍ତି । ପନ୍ତ ଟି-୨୦ ସିରିଜରେ ତିନୋଟ୍ ମ୍ୟାଚରେ ମାତ୍ର ୬୯ ରନ କରିଛନ୍ତି ଯେଉଁଥିରେ କି ଶେଷ ମ୍ୟାଚରେ ୬୫ ରନର ଇନିଂସ ମଧ୍ୟ ସାମିଲ । ସେହିପରି ଦିନିକିଆ ସିରିଜରେ ଦୁଇଟି ମ୍ୟାଚରେ ମାତ୍ର ୨୦ ରନ କରି ଦଳକୁ ନିରାଶ କରିଛନ୍ତି । ଶେଷ ଦିନିକିଆରେ ପ୍ରଥମ ବଲରେ ହିଁ ସେ ଆଉଟ୍ ହୋଇଯାଇଥିଲେ । ଏକ ଖରାପ ସଟ୍ ଖେଳି ସେ ଆଉଟ୍ ହୋଇଥିଲେ ।
ପନ୍ତଙ୍କ ଏହି ଖରାପ ପ୍ରଦର୍ଶନ ଜାରି ରହିଥିବାରୁ ତାଙ୍କ ସ୍ଥାନରେ ଅନ୍ୟ ଯୁବ ଉଇକେଟ କିପରକୁ ଦଳର ସାମିଲ କରିବାକୁ ମତ ଉଠିଲାଣି । ଏହି ଯୁବ ଖେଳାଳିମାନଙ୍କ ମଧ୍ୟରେ ସର୍ବପ୍ରଥମେ ଇଶାନ୍ କିଶାନ ଓ ସଞ୍ଜୁ ସାମସନଙ୍କ ନାମ ଆଗରେ ରହିଛି । ଏହି ଦୁଇ ଖେଳାଳି ପନ୍ତଙ୍କ ଶ୍ରେଷ୍ଠ ବିକଳ୍ପ ହେବେ ବୋଲି କୁହାଯାଉଛି ।


ଇଶାନ କିଷାନ : ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଇଶାନ କିଷାନ ପନ୍ତଙ୍କ ଶ୍ରେଷ୍ଠ ବିକଳ୍ପ ହୋଇପାରିବେ । ୨୧ ବର୍ଷିୟ ଏହି ଖେଳାଳି ଆଇପିଏଲରେ ନିଜର ପ୍ରତୀଭା ଦେଖାଇସାରିଛନ୍ତି । କିଷାନ ଏବେ ଇଣ୍ଡିଆ ଏ ପାଇଁ ଖେଳୁଛନ୍ତି । ଏହି ବାମହାତୀ ବ୍ୟାଟ୍ମମ୍ୟାନ କ୍ରିଜରେ ଥିବା ବେଳେ ବୋଲରଙ୍କ ନିଦ ହଜାଇଦେବାରେ ପୁରା ସକ୍ଷମ । ୨୦୧୬ରେ ସେ ଆଇପିଏଲରେ ଡେବ୍ୟୁ କରିଥିଲେ । ଲିଷ୍ଟ ଏ କ୍ରିକେଟରେ ତାଙ୍କର ଆଭରେଜ ରହିଛି ୩୭.୧୦ । ସେ ୩ଟି ଶତକ ମଧ୍ୟ ଲଗାଇ ସାରିଛନ୍ତି ।


ସଞ୍ଜୁ ସାମସନ: ଆଇପିଏଲ୍ ୨୦୧୯ରେ ଧୂଆଁଧାର ବ୍ୟାଟିଂ କରିଥିବା ଖେଳାଳିଙ୍କ ନାମ ତାଲିକାରେ ସଞ୍ଜୁ ସାମସନ ସାମିଲ ଥିଲେ । ୨୪ ବର୍ଷିୟ ସଞ୍ଜୁ ଉଇକେଟ ପଛରେ ମଧ୍ୟ ତାଙ୍କର କରିସ୍ମା ଦେଖାଇ ସାରିଛନ୍ତି । କ୍ରିକେଟରେ ଏହି ଖେଳାଳିଙ୍କ ଉଦୟ ୨୦୧୩ରେ ହୋଇଥିଲା । ସଞ୍ଜୁ ସାମସନ ଇଣ୍ଟର ନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିସାରିଛନ୍ତି । ସେ ୨୦୧୫ ମସିହାରେ ଜିମ୍ବାୱେ ବିପକ୍ଷରେ ପ୍ରଦାର୍ପଣ ମ୍ୟାଚ ଖେଳିଥିଲେ । ଆଇପିଏଲ୍ ୨୦୧୯ରେ ସେ ୩୪୨ ରନ କରି ଟିମ ମ୍ୟାନେଜମେଣ୍ଟକୁ ପ୍ରଭାବିତ କରିଥିଲେ ମଧ୍ୟ ଲିଷ୍ଟ ଏ ମ୍ୟାଚରେ ତାଙ୍କ ପ୍ରଦର୍ଶନ ସୁଧାରିବାକୁ ପଡିବ । ସଞ୍ଜୁ ମଧ୍ୟ ଏମିତି ଜଣେ ଖେଳାଳି ପନ୍ତଙ୍କ ଶ୍ରେଷ୍ଠ ବିକଳ୍ପ ହୋଇପାରନ୍ତି ।

Loading...
>