Home Sports ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ସମ୍ଭବ ନ ହେଲେ ହେବ କ’ଣ

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ସମ୍ଭବ ନ ହେଲେ ହେବ କ’ଣ

ନୂଆଦିଲ୍ଲୀ : ଚଳିତ ଆଇସିସି ଦିନିକିଆ ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ବର୍ଷା ବାଧକ ସାଜିଛି। ନକ୍‌ଆଉଟ ମ୍ୟାଚ୍‌ ଥିବାରୁ ଏହି ମୁକାବିଲା ଲାଗି ଏକ ରିଜର୍ଭ ଡେ’ ରଖାଯାଇଛି। ଅର୍ଥାତ୍‌ ମଙ୍ଗଳବାର ନ୍ୟୁଜିଲାଣ୍ଡ ଯେଉଁଠାରେ ତା’ର ବ୍ୟାଟିଂ ଶେଷ କରିଥିଲା, ସେଠାରୁ ବୁଧବାର ଆରମ୍ଭ କରିବ। ନ ହେଲେ ଡିଏଲଏସ୍‌ ନିୟମ ଭିତ୍ତିରେ ଭାରତୀୟ ଦଳକୁ ୨୦ ଓଭରରେ ୧୪୮ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିବାକୁ ପଡ଼ିବ। ବର୍ଷା ଯୋଗୁ ଖେଳ ଆଉ ସମ୍ଭବ ହୋଇ ନ ପାରିଲେ, ଭାରତୀୟ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। କାରଣ ଆଇସିସି ଇଭେଣ୍ଟ ନିୟମ ଅନୁଯାୟୀ ଯଦି ସେମିଫାଇନାଲରେ କୌଣସି କାରଣରୁ ଫଳାଫଳ ବାହାରି ନ ପାରେ ପ୍ରତିପକ୍ଷ ଦଳଠାରୁ ପଏଣ୍ଟ ଟେବୁଲର ଉପରେ ଥିବା ଦଳ ଫାଇନାଲକୁ ଉନ୍ନୀତ ହେବ। ଉଲ୍ଲେଖଥାଉ କି, ଭାରତୀୟ ଦଳ ୯ ମ୍ୟାଚ୍‌ରୁ ୭ ବିଜୟ ସହ ଅଙ୍କ ତାଲିକାର ଶୀର୍ଷ ସ୍ଥାନରେ ଲିଗ୍‌ ପର୍ଯ୍ୟାୟ ଅଭିଯାନ ଶେଷ କରିଛି। ଯଦି ବର୍ଷା କାରଣରୁ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ନିର୍ଦ୍ଧାରିତ ୧୪ ତାରିଖ ଓ ରିଜର୍ଭ ଡେ’ (୧୫ ତାରିଖ)ରେ ମଧ୍ୟ ଖେଳ ନ ହୋଇପାରିଲେ ଦୁଇ ଦଳକୁ ବିଜେତା ହିସାବରେ ଗ୍ରହଣ କରାଯିବ। ନକ୍‌ଆଉଟ ପର୍ଯ୍ୟାୟର ଦୁଇ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ମଧ୍ୟରୁ କୌଣସି ଯଦି ଡ୍ର’ ହୁଏ, ତେବେ ସୁପର ଓଭର ଖେଳାଯିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>