ଖୱାଜାଙ୍କ ଶତକ : ଭାରତକୁ ୩୧୪ରନର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ

ରାଞ୍ଚି : ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ବିଶାଳ ସ୍କୋର କରିଛି । ଉସମାନ ଖୱାଜାଙ୍କ ଶତକ ବଲରେ ଭାରତକୁ ୩୧୪ରନର ବିଜୟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ୍ (୯୩), ଖୁୱାଜା (୧୦୪), ମାକ୍ସୱେଲ ଦ୍ରୁତ ୪୭ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ୍ ହୋଇଯାଇଥିଲେ । ପରେ ମାର୍ଶ ଓ ପିଟର ସଅଳ ଆଉଟ୍ ହୋଇଯାଇଥିଲେ । ଶେଷ ଭାଗରେ ଷ୍ଟୋନିସ ଓ କେରୀ ଭଲ ବ୍ୟାଟିଂ କରି ସ୍କୋରକୁ ୩୧୩ରେ ପହଞ୍ଚାଇଥିଲେ । ଯଥାକ୍ରମେ ଷ୍ଟୋନିସ (୩୧), କେରୀ (୨୧) ରନ କରିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବେ କୁଲଦୀପ ଯାଦବଙ୍କୁ ୩ଟି ଉଇକେଟ୍ ମିଳିଥିଲା ।

Loading...
>