ଜାହିରଙ୍କ ବିଶ୍ୱକପ ଟିମରେ ଏହି ଯୁବ ଖେଳାଳି ପାଇଲେ ସ୍ଥାନ

ନୂଆଦିଲ୍ଲୀ : ଭାରତକୁ ୨୦୧୧ରେ ବିଶ୍ୱ ଚମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ପୂର୍ବତନ ପେସର ଜାହିର ଖାନ୍ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ୱକପ୍ ପାଇଁ ନିଜ ପସନ୍ଦିତ ଭାରତୀୟ ଦଳ ଘୋଷଣା କରିଛନ୍ତି । ଏହି ଟିମରେ ସେ ଯୁବ ଉଇକେଟ ବ୍ୟାଟ୍ସମ୍ୟାନ୍ ରିଷିଭ ପନ୍ତକୁ ସାମିଲ କରିଛନ୍ତି । ଜାହିରଙ୍କ ଦଳରେ ଓପନର ଭାବେ ରୋହିତ ଓ ଶିଖର ଥିବା ବେଳେ ତୃତୀୟ ସ୍ଥାନ ପାଇଁ ବିରାଟ କୋହଲି ରହିଛନ୍ତି । ସେହିପରି ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ୪ ନମ୍ବର ସ୍ଥାନ ପାଇଁ ରଖିଛନ୍ତି । ପଞ୍ଚମ ସ୍ଥାନ ପାଇଁ ରାୟୁଡୁ କିମ୍ବା ଦିନେଶ ଖେଳନ୍ତୁ ବୋଲି ଚାହାଁନ୍ତି । ଷଷ୍ଠ ସ୍ଥାନରେ କେଦାର ଯାଦବ ଓ ସପ୍ତନ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରଖିଛନ୍ତି । ସେହିପରି ସ୍ପିନର ଭାବରେ କୁଲଦୀପ ଯାଦବ ଓ ୟୁଜୁଭେନ୍ଦ୍ର ଚହଲ ରହିଛନ୍ତି । ବେକଅପ୍ ସ୍ପିନର ଭାବରେ ରବିନ୍ଦ୍ର ଜାଡେଜାଙ୍କୁ ସେ ତାଙ୍କ ଟିମରେ ସ୍ଥାନ ଦେଇଛନ୍ତି । ପେସର ଭାବରେ ଭୁବନେଶ୍ୱର କୁମାର, ଜସପ୍ରିତ ବୁମରା, ମହମ୍ମଦ ସାମି । ସେହିପରି ତାଙ୍କ ଦଳରେ କେ.ଏଲ୍ ରାହୁଲ କିମ୍ବା ଚତୁର୍ଥ ପେସର ଭାବେ ଜଣେ ଖେଳାଳି ରଖିବାଚୁ ଚାହାଁନ୍ତି ।
ଜାଜିର ପସନ୍ଦିତ ବିଶ୍ୱକପ ଦଳ-ବିରାଟ କୋହଲି,(ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱାନ, ମହେନ୍ଦ୍ର ସିଂ ଧୋନୀ, ଅମ୍ବାତି ରାୟୁଡୁ, ଦିନେଶ କାର୍ତ୍ତିକ, କେଦାର ଯାଦବ, ରିିଷିଭ୍ ପନ୍ତ, ଭୁବନେଶ୍ୱର କୁମାର, ଜସପ୍ରିତ ବୁମରା, ମହମ୍ମଦ ସାମି, ୟୁଜୁଭେନ୍ଦ୍ର ଚହଲ, କେ.ଏଲ୍ ରାହୁଲ/ଚତୁର୍ଥ ପେସର ।

Loading...
>