ଧୋନୀଙ୍କୁ ଦେଶର ହିରୋ କହିଲେ ପନ୍ତ

ଆଡିଲେଡ : ଭାରତର ନୂଆ ରେକର୍ଡ଼ଧାରୀ ରିଷଭ ପନ୍ତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପରେ ମହେନ୍ଦ୍ର ସିଂ ଧୋନିଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ଧୋନିଙ୍କୁ ସେ “ଦେଶର ହିରୋ’ ଭାବେ ଅଭିହିତ କରିଛନ୍ତି । ପନ୍ତ କହିଛନ୍ତି ଯେ, ଜଣେ କ୍ରିକେଟର ଏବଂ ୱିକେଟ୍ କିପର ପାଖରେ କ’ଣ ସବୁ ଗୁଣ ରହିବା ଦରକାର ତାହା ଧୋନି ମୋତେ ବତାଇଥିଲେ । ସେ କହିଥିଲେ ସବୁବେଳେ ଧୈର୍ଯ୍ୟ ରଖିବା ଉଚିତ୍ । କୌଣସି ପରିସ୍ଥିତିରେ ବିଚଳିତ ନହୋଇ ଲକ୍ଷ୍ୟପଥରେ ଅଗ୍ରସର ହେବାର ଦୃଢ଼ ମାନସିକତା ନିହାତି ଦରକାର । ଚାପ ପରିସ୍ଥିତିକୁ କିଭଳି ସମ୍ଭାଳିବାକୁ ହେବ ସେ ନେଇ ଧୋନି ମୋତେ କେତୋଟି ପରାମର୍ଶ ଦେଇଥିଳେ । ତାହାକୁ ମୁଁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଉପଯୋଗ କରି କୃତିତ୍ୱ ଅର୍ଜନ କରିଛି ବୋଲି ପନ୍ତ କହିଛନ୍ତି । ପ୍ରକାଶଥାଉକି, ସୋମବାର ପନ୍ତ ଟେଷ୍ଟରେ ସର୍ବାଧିକ କ୍ୟାଚ୍ ନେବାରେ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି । ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ କ୍ୟାଚ୍ ନେବାରେ ରିଷଭ ପନ୍ତ ନିଜ ନାମକୁ ରେକର୍ଡ଼ ତାଲିକାରେ ସାମିଲ୍ କରିଛନ୍ତି । ଏ କ୍ଷେତ୍ରରେ ସେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କ ସମକକ୍ଷ ହୋଇଛନ୍ତି । ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ କ୍ୟାଚ୍ ନେବାର ରେକର୍ଡ଼ ଇଂଲଣ୍ଡର ଜ୍ୟାକ୍ ହସେନ୍ ଓ ଦକ୍ଷିଣ ଆଫ୍ରିକାର ଡି’ଭିଲିୟର୍ସଙ୍କ ନାମରେ ରହିଛି । ସେମାନେ ୧୧ଟି ଲେଖାଏଁ କ୍ୟାଚ୍ ନେଇଛନ୍ତି । ଏବେ ୨୧ ବର୍ଷୀୟ ପନ୍ତ ଏହି ରେକର୍ଡ଼ର ସମକକ୍ଷ ହୋଇଛନ୍ତି । ମିଚେଲ୍ ଷ୍ଟାର୍କଙ୍କ ୱିକେଟ୍ ନେଇ ପନ୍ତ ଏହି କୃତିତ୍ୱ ହାସଲ କରିଛନ୍ତି । ପ୍ରଥମ ଇଂନିସରେ ସେ ୬ଟି କ୍ୟାଚ୍ ନେଇଥିଲା ବେଳେ ପରବର୍ତ୍ତୀ ଇଂନିସରେ ସେ ୫ଟି କ୍ୟାଚ୍ ନେଇଥିଲେ ।

Loading...
>