କୋହଲିଙ୍କ ପ୍ରତି ଦର୍ଶକଙ୍କ ମନ୍ତବ୍ୟକୁ ପଣ୍ଟିଂଙ୍କ ନାପସନ୍ଦ

ଆଡିଲେଡ୍ : ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ କେତେକ ଅଶୋଭନୀୟ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି, ଭାରତୀୟ ଅଧିନାୟକ ବିରାଟ କୋହଲି ୩୪ ରନରେ ଆଉଟ୍ ହୋଇ ପାଭିଲିୟନ୍କୁ ଫେରିବା ବେଳେ କିଛି ଦର୍ଶକ ତାଙ୍କ ପ୍ରତି ଯେଭଳି ଅଶୋଭନୀୟ ମନ୍ତବ୍ୟ ଦେଲେ, ତାହାକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ନାପସନ୍ଦ କରିଛନ୍ତି । ଏ ଘଟଣାରେ ପଣ୍ଟିଂ ଦର୍ଶକମାନଙ୍କୁ ସମାଲୋଚନା କରିଥିଲା ବେଳେ କୋହଲିଙ୍କୁ ଆଶ୍ୱାସନା ଦେଇଛନ୍ତି । ପଣ୍ଟିଂ କହିଛନ୍ତି ଯେ, ମ୍ୟାଚ୍ ବେଳେ ଏଭଳି ଘଟଣା ଘଟିଥାଏ । ଏହା ମୋ କ୍ଷେତ୍ରରେ ମଧ୍ୟ ଘଟିଛି । ମୁଁ ଇଂଲଣ୍ଡରେ ଖେଳୁଥିବା ବେଳେ କିଛି ଦର୍ଶକ ବାଧିଲା ଭଳି ମନ୍ତବ୍ୟ ଦେଇଥିଲେ । ତେବେ ତାହାକୁ ଦେହକୁ ନନେଇ ଖେଳିବା ଜାରି ରଖିଥିଲେ । ମୁଁ ଭଲ ଭାବେ ଜାଣିଛି ଯେ, ଖେଳରେ ଦର୍ଶକମାନେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେବା ଏକ ସାଧାରଣ ଘଟଣା । ପଡ଼ିଆରେ ଜଣେ ଖେଳାଳି ଯେମିତି ଖେଳିବ, ସେହି ଅନୁସାରେ ମନ୍ତବ୍ୟ ଦର୍ଶକ ଗ୍ୟାଲୋରୀରୁ ଆସିଥାଏ । କୋହଲିଙ୍କ କ୍ଷେତ୍ରରେ ମଧ୍ୟ ସେଭଳି ଘଟିଛି । ସେ ନାଥାନ୍ ଲିୟନ୍ଙ୍କ ଦ୍ୱରା ୩୪ ରନ୍ରେ ଆଉଟ୍ ହୋଇ ଫେରୁଥିବା ବେଳେ କିଛି ଦର୍ଶକ ତାଙ୍କ ପ୍ରତି ଅରୁଚୀକର ମନ୍ତବ୍ୟ ଦେଇଥିଳେ । ସେତେବେଳେ ଅନୁଷ୍କା ଶର୍ମା ଷ୍ଟାଡ଼ିୟମରେ ଥିଲେ । ଦର୍ଶକମାନଙ୍କର ଏଭଳି ବ୍ୟବହାର ନିଶ୍ଚିତ ଭାବରେ ନିନ୍ଦନୀୟ । ମୁଁ ଏଭଳି ଆଚରଣକୁ କେବେବି ପସନ୍ଦ କରେ ନାହିଁ । ଏ ଦୃଷ୍ଟିରୁ ମୁଁ କୋହଲିଙ୍କୁ ସମର୍ଥନ ଦେବାକୁ ଉଚିତ୍ ମନେ କରୁଛି ବୋଲି ପଣ୍ଟିଂ କହିଛନ୍ତି ।

Loading...
>