ଆଲିଲେଡ୍ ଟେଷ୍ଟ ପାଇଁ ଭାରତୀୟ ୧୨ଜଣିଆ ଦଳ ଘୋଷଣା, ଷଷ୍ଠ ସ୍ଥାନ ପାଇଁ ହନୁମା ଓ ରୋହିତଙ୍କ ମଧ୍ୟରେ ହେବ ଟକ୍କର

ଆଡିଲେଡ : ଏଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତ ତା’ର ୧୨ ଜଣିଆ ଦଳ ଘୋଷଣା କରିଛି । ପୂର୍ବରୁ ଭାରତ ଟେଷ୍ଟ ମ୍ୟାଚରେ ଯେଉଁ ୫ ବୋଲର ରଣନୀତି ଆପଣାଇ ଆସୁଥିଲା ଏଥିରେ ତାହା ବ୍ୟତୀକ୍ରମ ଦେଖିବାକୁ ମିଳିଛି । ଭାରତ କେବଳ ତିନି ଜଣ ପେସର ଓ ଜଣେ ସ୍ପିନରଙ୍କୁ ଏହି ୧୨ଜଣିଆ ଦଳରେ ସାମିଲ କରିଛି । ସେହିପରି ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଓପନର ଭାବେ ବିଜୟ ଓ ରାହୁଲ ଖେଳୁଥିବା ବେଳେ ତୃତୀୟ ସ୍ଥାନରେ ଚେତେଶ୍ୱର ପୂଜାରା, ଚତୁର୍ଥ ସ୍ଥାନରେ ଅଧିନାୟକ କୋହଲି, ପଞ୍ଚମ ସ୍ଥାନରେ ରାହାଣେ, ଷଷ୍ଠ ସ୍ଥାନରେ ରୋହିତ କିମ୍ବା ହନୁମା ବିହାରି ଖେଳିପାରନ୍ତି । ସପ୍ତମ ସ୍ଥାନରେ ଉଇକେଟ୍ କିପର ବ୍ୟାଟ୍ସମ୍ୟାନ୍ ପନ୍ତ ଖେଳିବାକୁ ଥିବା ବେଳେ ସ୍ପିନର ଭାବେ ଅଶ୍ୱନୀ, ପେସର ଭାବେ ସାମି, ଇଶାନ୍ତ ଓ ଜସପ୍ରିତ ବୁମରା ସାମିଲ ହୋଇଛନ୍ତି । ଟି-୨୦ରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିଥିବା ସ୍ପିନର କୁଲଦୀପଙ୍କୁ ଏହି ଦଳରେ ସାମିଲ କରାଯାଇନାହିଁ ।

Loading...
>