ଆଜି ବିଶ୍ୱକପ୍ ଉଦଘାଟନୀ ସମାରୋହ, ସାରା ବିଶ୍ୱକୁ ଝୁମାଇବେ ଶାହରୁଖ, ଆର୍ ରେହମାନ ଓ ମାଧୁରୀ

ଭୁବନେଶ୍ୱର: ସବୁ ଉକ୍ରଣ୍ଠାର ଶେଷ । ଆଉ କେଇ ଘଣ୍ଟା ପରେ ଓଡିଶାର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ । ଏଇଥି ପାଇଁ କଳିଙ୍ଗ ଷ୍ଟାଡିୟମ ପୁରା ପ୍ରସ୍ତୁତ । ଉଦଘାଟନୀ ସମାରୋହରେ ବଲିଉଡ ବାଦଶାହା ଶାହରୁଖଙ୍କ ସମେତ ସଂଗୀତ ନିର୍ଦ୍ଦେଶକ ଆର୍ ରେହମାନ ଓ ମାଧୁର ଦୀକ୍ଷିତଙ୍କ ଜଲୱା ଆଜି ସାରା ବିଶ୍ୱ ଦେଖିବ । ସେହିପରି ଓଡିଶାର କଳାକାରମାନଙ୍କ ନୃତ୍ୟରେ ମଧ୍ୟ କଳିଙ୍ଗ ଷ୍ଟାଡିିୟମ ଗରଜିବ । ଅପରାହ୍ନ ୫. ୩୦ରେ ଚତୁର୍ଦ୍ଦଶ ପୁରୁଷ ବିଶ୍ୱ ହକି ମହାକୁମ୍ଭର ହେବ ଉଦଘାଟନୀ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ପୁରୁଷ ବିଶ୍ୱକପ୍‌-୨୦୧୮ର କରିବେ ଶୁଭାରମ୍ଭ ହେବ ।  ବିଶ୍ୱ କପ୍‌ରେ ୧୬ଟି ଦେଶ ଅଂଶ ଗ୍ରହଣ କରିଛନ୍ତି । ସମସ୍ତ ଦେଶର ଖେଳାଳୀମାନେ ଭୁବନେଶ୍ୱରରେ ପହଁଚି ଅଭ୍ୟାସ ଜାରି ରଖିଛନ୍ତି ।

ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛି ଓଡ଼ିଶା । ରାଜଧାନୀ ଆଜି ଏକ ନବବଧୂ ରୂପରେ ସଜେଇ ହୋଇଛି । କଳିଙ୍ଗ ଷ୍ଟାଡିୟମର ଉଦଘାଟନୀରେ ବିଶେଷ ଆକର୍ଷଣୀୟ ହେବାକୁ ଯାଉଛି ଆୟୋଜିତ ହୋଇଥିବା  ରଂଗାରଂଗ କାର୍ଯ୍ୟକ୍ରମ । ପ୍ରାୟ ୧୧୦୦ ନାମୀଦାମୀ କଳାକାର ପରିବେଷଣ କରିବେ । ଗତକାଲି ମାଧୁରୀ ଦିକ୍ଷିତ ତାଙ୍କ ଗ୍ରୁପ ସହ ମଂଚରେ ଶେଷ ଅଭ୍ୟାସ କରିସାରିଛନ୍ତି । ମାଧୁରୀ ‘ମଦର ଆର୍ଥ’ ଭୂମିକାରେ ଅବତୀର୍ଣ୍ଣ ହେବେ । ସେହିପରି ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତିଙ୍କ ନେତୃତ୍ୱରେ ଅଭିନେତ୍ରୀ ଅର୍ଚିତା ଓ ଅଭିନେତା ସବ୍ୟସାଚୀ  ଓଡିଶୀ ନୃତ୍ୟ ପରିବେଷଣ କରିବେ ।

ହକି ମହାକୁମ୍ଭ ପାଇଁ ସାରା ରାଜଧାନୀ କଡା ସୁରକ୍ଷା ବଳୟ ଭିତରେ ରହିଛି । କଳିଙ୍ଗ ଷ୍ଟାଡିୟମରେ ପୋଲିସ ଛାଉଁଣୀ ହୋଇଛି । ୭୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ଆଡିସନାଲ ଏସପି, ୫୫ ଡିଏସପି, ଏସଏସଜି, ଏସଓଜି, ଓଏସଏଫ, ଓଡିଆରଏଫ, ଭିଏଚଏଫ ଅପରେଟର କାମ କରିବେ । ଷ୍ଟାଡିୟମ ଭିତରର ୨୮ ସ୍ଥାନ ସମେତ ରାଜଧାନୀର ୬୦ ସ୍ଥାନରେ ୨୭୦ରୁ ଅଧିକ ସ୍ଥାନରେ ସିସି କ୍ୟାମେରା ଲାଗିଛି । ରାଜଧାନୀର ବିଭିନ୍ନ ସ୍ଥାନରେ ୨୮ ଟି କଂଟ୍ରୋଲ ରୁମ ଖୋଲାଯାଇଛି । କ୍ରୀଡାପ୍ରେମୀଙ୍କୁ ସାହାଯ୍ୟ କରିବାକୁ ରାଜଧାନୀର ୧୬ ଟି ସ୍ଥାନରେ ‘ମେ ଆଇ ହେଲ୍ପ ୟୁ’କେନ୍ଦ୍ର ଖୋଲିଛି ।

Loading...
Loading...
>