କ୍ରିକେଟରେ ମ୍ୟାନ୍‌ ଅଫ୍‌ ଦି ବିଶ୍ୱକପ୍‌ ପାଇବାରେ ପ୍ରଥମ ଦମ୍ପତି

ମେଲବୋର୍ନ : କ୍ରିକେଟ ବିଶ୍ୱକପ୍‌ରେ ମ୍ୟାନ ଅଫ୍‌ ଦି ଟୁର୍ନାମେଣ୍ଟ ପାଇବା ଜଣେ ଖେଳାଳିଙ୍କ ଲାଗି ବଡ଼ ସଫଳତା। ତେବେ ଏହି ସମ୍ମାନକୁ ଅଷ୍ଟ୍ରେଲିଆର ଏକ ଦମ୍ପତି ଉଭୟ ପୁରୁଷ ଓ ମହିଳା ବିଭାଗରେ ହାସଲ କରିଛନ୍ତି। ସେମାନେ ହେଲ ମିଚେଲ ଷ୍ଟାର୍କ ଓ ତାଙ୍କ ପତ୍ନୀ ଆଲିସା ହେଲି। ୨୦୧୫ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ମିଚେଲ ଷ୍ଟାର୍କ ଉକ୍ତ ସଂସ୍କରଣରେ ସର୍ବାଧିକ ଉଇକେଟ ନେଇ ମ୍ୟାନ ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ପାଇଥିଲେ। ତାଙ୍କ ପତ୍ନୀ ହେଲି ୨୦୧୮ ମହିଳା ଟି୨୦ ବିଶ୍ୱକପ୍‌ ସର୍ବାଧିକ ରନ୍‌ କରି ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ହାତେଇବାର ସୌଭାଗ୍ୟ ଲାଭ କରିଛନ୍ତି। ଏହା ବିଶ୍ୱ କ୍ରିକେଟରେ ପ୍ରଥମ ଘଟଣା।

Loading...
>