ରଣବୀରଙ୍କ ଆଗରୁ ଏହି ୨ ଭାରତୀୟ କ୍ରିକେଟରଙ୍କ ସହ ଦୀପିକାଙ୍କ ନାମ ଯୋଡା ଯାଉଥିଲା, ସେମାନେ କିଏ ଜାଣନ୍ତୁ

ନୂଆଦିଲ୍ଲୀ : ବଲିଉଡ ଓ କ୍ରିକେଟ୍ ସଂପର୍କରେ ବହୁ ପୁରୁଣା । ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ରହିଥିବା ଖବର ଖୁବ୍ ଦେଖିବାକୁ ମିଳେ । ଏହି ପ୍ରକ୍ରିୟାରୁ ଦୀପିକା ପାଦୁକୋନ ମଧ୍ୟ ନିଜକୁ ବଞ୍ଚାଇ ପାରିନଥିଲେ । ନିକଟରେ ଦୀପିକା ରଣବୀରଙ୍କ ସହ ବିବାହ ବନ୍ଧନ ବାନ୍ଧି ହୋଇସାରିଛନ୍ତି କିନ୍ତୁ ଏହା ପୂର୍ବରୁ ଏହି ଦୁଇ ମହାନ କ୍ରିକେଟରଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିବା ଚର୍ଚ୍ଚା ହୋଇଥିଲା । ସେମାନେ କିଏ ଆସନ୍ତୁ ଜାଣିବା..


ଯୁବରାଜ ସିଂହ
ସମୟ ଥିଲା କ୍ରିକେଟର ଯୁବରାଜ ସିଂହ ଓ ଦୀପିକାଙ୍କ ପ୍ରେମକୁ ନେଇ ଢେର ଚର୍ଚ୍ଚା ହେଉଥିଲା । ଦୀପିକା ମ୍ୟାଚରେ ଯୁବରାଜଙ୍କ ପାଇଁ ଚିୟର କରୁଥିବା ମଧ୍ୟ ନଜର ଆସୁଥିଲା । ମ୍ୟାଚ ପରେ ଦୁହେଁ ଡିନର କରୁଥିବା ମଧ୍ୟ ସେ ସମୟରେ ଦେଖିବାକୁ ମିଳୁଥିଲା । ଏହି ସମୟରେ ଦୀପିକା ବଲିଉଡରେ ନିଜର କ୍ୟାରିଅର ଆରମ୍ଭ କରୁଥିଲେ । ଯେତେବେଳେ ଯୁବରାଜଙ୍କ ସହ ତାଙ୍କର ନାମ ଯୋଡାଗଲେ ସେ ବେଶ୍ ଲୋକପ୍ରିୟ ହୋଇଥିଲେ । ଉଭୟଙ୍କୁ ବହୁ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା । କିନ୍ତୁ ଏହି ପ୍ରେମ ବେଶୀ ସମୟ ତିଷ୍ଠି ପାରିନଥିଲା । ତାଙ୍କର ବ୍ରେକଅପ୍ ହେବାର ଖବର ମଧ୍ୟ ମିଡିଆରେ ପ୍ରକାଶ ପାଇଥିଲା । ଏବେ ଯୁବରାଜ ସିଂ ଅଭିନେତ୍ରୀ ଡେଡଲ କିଚଙ୍କୁ ବିବାହ କରିଛନ୍ତି ।


ମହେନ୍ଦ୍ର ସିଂ ଧୋନୀ
ମହେନ୍ଦ୍ର ସିଂ ଧୋନୀ କହିଲେ ଆପଣ ତାଙ୍କୁ ଚିହ୍ନବାରେ କୌଣସି ଅସୁବିଧା ନାହିଁ । କାହିଁକି ନା ଇଏ ଏମିତି ଜଣେ ଖେଳାଳି ଦେଶ ପାଇଁ ଦୁଇଦୁଇଟି ବିଶ୍ୱକପ୍ ଦେବାରେ ସକ୍ଷମ ହୋଇଛନ୍ତି । ୟାଙ୍କ ନାମ ମଧ୍ୟ ୨୦୦୭ ମସିହାରେ ଦୀପିକାଙ୍କ ସହ ଯୋଡା ଯାଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିିଛି ବୋଲି ସେ ସମୟରେ ଖୁବ୍ ଚର୍ଚ୍ଚା ହେଉଥିଲା । ଥରେ ମହେନ୍ଦ୍ର ସିଂ ଧୋନୀ ନିଜ ହିଁ କହିଥିଲେ ଯେ, ମୁଁ ଦୀପିକାଙ୍କ ଜଣେ ବଡ ଫ୍ୟାନ୍ । କିନ୍ତୁ ଏହି ପ୍ରେମ ମଧ୍ୟ ବେଶୀ ଦିନ ତିଷ୍ଠି ପାରିନଥିଲା । ଦୀପିକା ନିଜ କ୍ୟାରିଅରରେ ବ୍ୟସ୍ତ ରହିଲେ ଓ ଧୋନୀ ସାକ୍ଷୀଙ୍କୁ ବିବାହ କରିଥିଲେ ।

Loading...
>