ରାୟୁଡୁଙ୍କ ସଂପର୍କରେ ଏହି କଥା କହିଲେ ରୋହିତ

ମୁମ୍ବାଇ : ଗତକାଲି ଏଠାରେ ଅନୁଷ୍ଠିତ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତ ବୃହତ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଉଭୟ ରୋହିତ ଓ ରାୟୁଡୁ ଶତକୀୟ ଇନିଂସ ଖେଳି ଭାରତକୁ ଏକ ବିଶାଳ ସ୍କୋରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରୋହିତ ଶର୍ମା ମ୍ୟାଚ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତ ଯେଉଁ ୪ ନମ୍ବର ପାଇଁ ଖେଳାଳିକୁ ଖୋଜିଥିଲା ତାହା ଶେଷରେ ସମାଧାନ ହୋଇଯାଇଛି । ଏହି ସ୍ଥାନ ପାଇଁ ରାୟୁଡୁ ଉପଯୁକ୍ତ ହେବେ ବୋଲି ସେ କହିଛନ୍ତି । ରାୟୁଡୁଙ୍କ ପାଖରେ ଉଭୟ ଟେକନିକ୍ ଓ ଧୈର୍ଯ୍ୟ ରହିଛି । ସେହିପରି ଦ୍ୱିଶତକ ଉପରେ ହୋଇଥିବା ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ମୋର ଦ୍ୱିଶତକ ଉପରେ ଲକ୍ଷ୍ୟ ନଥିଲା, ଦଳକୁ କିପରି ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାପାରିବି ସେ ଦିଗରେ ମୁଁ ଖେଳୁଥିଲେ । ସବୁବେଳେ ଶତକକୁ ଦ୍ୱିଶତକ କରିବା ଏତେ ସହଜ ନୁହେଁ । ମୁମ୍ବାଇ ପିଚ୍ ସଂପର୍କରେ ସେ କହିଛନ୍ତି ଏହି ପିଚ୍ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ପାଇଁ ଥିଲା ।

Loading...
>