ଟେଷ୍ଟ ଟିମରେ ସାମିଲ ହେବା ପରେ କ’ଣ କହିଲେ ସିରାଜ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଭାରତ ପାଇଁ ଟେଷ୍ଟ ଦଳରେ ସାମିଲ୍ ହେବାର ଯେଉଁ ସ୍ୱପ୍ନ ଥିଲା ତାହା ଏବେ ସାକାର ହୋଇଛି । ଭାବିଥିଲି ଦିନେନା ଦିନେ ମୋ ପ୍ରଦର୍ଶନ ଚୟନ କମିଟିକୁ ପ୍ରଭାବିତ କରିବ ଏବଂ ମୋତେ ଆମନ୍ତ୍ରଣ ମିଳିବ । ଶେଷରେ ତାହା ବାସ୍ତବ ରୂପ ନେଇଛି । ଆଗକୁ ହେବାକୁ ଥିବା ଟେଷ୍ଟ ସିରିଜ୍ ଲାଗି ଭାରତୀୟ ଦଳରେ ସାମିଲ୍ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ୍ ଏଭଳି ବକ୍ତବ୍ୟ ରଖିଛନ୍ତି । ଅଷ୍ଟ୍ରେଲିଆ “ଏ’ ଓ ଦକ୍ଷିଣ ଆଫ୍ରିକା “ଏ’ ସାମିଲ୍ ଥିବା ସିରିଜ୍ରେ ସିରାଜ୍ ଅଂଶଗ୍ରହଣ କରିଥିଲେ । ୨୪-ବର୍ଷୀୟ ସିରାଜ୍ ଏହି ସିରିଜ୍ରେ ୧୦ଟି ୱିକେଟ୍ ହାସଲ କରିଥିଲେ । ଏହା ଚୟନ କମିଟି ସଦସ୍ୟଙ୍କୁ ଗଭୀର ଭାବରେ ଅଭିଭୂତ କରିଥିଲା । ତାଙ୍କ ପ୍ରଦର୍ଶନକୁ ଆଧାର କରି କମିଟି ତାଙ୍କୁ ଟେଷ୍ଟ ଦଳରେ ସାମିଲ୍ ହେବାରେ ସୁଯୋଗ ଦେଇଛି । ଏହି ଅବସରରେ ସିରାଜ୍ କହିଛନ୍ତି ଯେ, ମୋର ସ୍ୱପ୍ନ ସତ୍ୟରେ ପରିଣତ ହୋଇଛି । ଟେଷ୍ଟରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ମୋର ଇଚ୍ଛା ଥିଲା । ଦିନେ ନା ଦିନେ ଚୟନ କମିଟିକୁ ନିଶ୍ଚୟ ପ୍ରଭାବିତ କରିବାରେ ସକ୍ଷମ ହେବି ବୋଲି ଭାବିଥିଲି । ଏବେ ମୁଁ ବହୁତ ଖୁସି । ଭାରତ “ଏ’ ଦଳ ପାଇଁ ମୁଁ ଭଲ କାମ କରିଛି । ଏହାପରେ ଟେଷ୍ଟ ଟିମ୍ରେ ସାମିଳ୍ ହେବା ନେଇ ମୋ ମନରେ ଦୃଢ଼ ଆଶା ଓ ବିଶ୍ୱାସ ଜାତ ହୋଇଥିଲା । ଏଥିପାଇଁ ଚୟନ କମିଟି ନିକଟରେ ମୁଁ କୃତଜ୍ଞ ବୋଲି ସିରାଜ୍ କହିଛନ୍ତି ।

Loading...
>