୪୩୧ ରନରେ ଦ.ଆଫ୍ରିକା ଅଲଆଉଟ୍, ଭାରତ ପ୍ରଥମ ଇନିଂସରେ ୭୧ରନ ଆଗୁଆ

ବିଶାଖାପାଟଣା : ଏଠାରେ ଖେଳାଯାଉଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ଆଡକୁ ଗତି କରୁଛି । ଭାରତ ପ୍ରଥମ ଇନିଂସରେ ୫୦୨/୭ ପାଳି ଘୋଷଣା କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୩୧ ରନରେ ଅଲଆଉଟ୍ ହୋଇଯାଇଛି । ଏପରିକି ଏକ ସମୟରେ ଦକ୍ଷିଣ ଆଫ୍ରିକା ୬୩ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ଶୁକ୍ରବାର ଏଲଗାର ଓ ଡି’କକ୍ ଭାରତୀୟ ବୋଲରଙ୍କୁ ଯେଉଁଭଳି ସାମ୍ନା କଲେ, ତାହା ଭ୍ରମଣକାରୀ ଟିମକୁ ଫଲୋଅନରୁ ରକ୍ଷା କରିଛି।ଦୁହିଁଙ୍କ ଶତକ ବ୍ୟତୀତ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସଙ୍କ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ତୃତୀୟ ଦିବସର ଖେଳ ଶେଷ ସୁଦ୍ଧା ୮ ୱିକେଟ୍ ହରାଇ ୩୮୫ ରନ୍ କରି ସମ୍ମାନ ରକ୍ଷା କରିଛି। ଏଲଗାର ୧୬୦ (୨୮୭ ବଲ୍, ୧୮ ଚୌକା, ୪ ଛକା) ଓ ଡି’କକ୍ ୧୧୧ (୧୬୩ ବଲ୍, ୧୬ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ।

Loading...
>