ମ୍ୟାଚ ବେଳେ ପ୍ରୀତିଙ୍କୁ ବିବାହର ପ୍ରସ୍ତାବ ଦେଲେ ଦର୍ଶକ

ମୋହାଲି : ଏଠାରେ ଗତକାଲି ଚାଲିଥିବା ଆଇପିଏଲର ଏକ ମ୍ୟାଚ ସମୟରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଟିମର ଖେଳାଳିମାନେ ଛକାଚୌକାର ବର୍ଷା କରୁଥିବା ବେଳେ ଟିମର ମାଲିକାଣୀ ପ୍ରୀତି ଜିଣ୍ଟା ନିଜର ଫ୍ୟାନଙ୍କ ମନଜଣିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଏମିତି ଏକ ଘଟଣା ଘଟିଥିଲା, ଯାହା ଦେଖି ପ୍ରୀତି ଲାଜେଇ ଯାଇଥିଲେ । ସୂଚନାଯୋଗ୍ୟ ଯେ, ପ୍ରୀତି ଜିଣ୍ଟା ଟିମର ପ୍ରଚାର ପାଇଁ ଦର୍ଶକଙ୍କୁ ଜର୍ସି ବାଣ୍ଟୁଥିଲେ । ସେତେବେଳେ ତାଙ୍କର ନଜର ଷ୍ଟାଡିୟମରେ ବସିଥିବା ଜଣେ ଦର୍ଶକଙ୍କ ଉପରେ ପଡିଥିଲା । ଉକ୍ତ ଦର୍ଶକ ଜଣକ ଏକ ବୋର୍ଡ ଧରିଥିଲେ । ଯେଉଁଥିରେ ଲେଖାଯାଇଥିଲା ଯେ, ମୁଁ ଆଜି ବି ଆପଣଙ୍କ ଅପେକ୍ଷରେ । ମୋତେ ବିବାହ କରନ୍ତୁ । ଫ୍ୟାନ୍ସଙ୍କ ହାତରେ ଏଭଳି ସାଇନ ବୋର୍ଡ ଦେଖି ପ୍ରୀତି ଖୁସି ହୋଇଯାଇଥିଲେ । ପ୍ରୀତି ସେହି ଦର୍ଶକଙ୍କ ସହ ହାତ ମିଳାଇବା ସହ ଶୁଭକାମନା ଜଣାଇଥିଲେ ।

Loading...
>