ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ

ମୋହାଲି : ଏଠାରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଦଳରେ ୪ଟି ଅଦଳବଦଳ ହୋଇଛି । ଖରାପ ଫର୍ମ ଦେଇ ଗତି କରୁଥିବା ଶିଖର ଧାୱନଙ୍କ ପୁଣି ସୁଯୋଗ ଦେଇଛନ୍ତି ବିରାଟ କୋହଲି । ସେହିପରି ଅମ୍ବାତି ରାୟୁଡୁଙ୍କ ସ୍ଥାନରେ କେଏଲ୍ ରାହୁଲ ସାମିଲ ହୋଇଥିବା ବେଳେ ଧୋନୀ ସ୍ଥାନରେ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି । ସେହିପରି ସାମିଙ୍କୁ ଏହି ମ୍ୟାଚରୁ ବିଶ୍ରାମ ଦିଆଯାଇ ଭୁବନେଶ୍ୱର କୁମାରଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ମିଳିଛି । ସେହିପରି ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଚହଲଙ୍କୁ ଅନ୍ତିମ ଏକାଦଶରେ ଭାରତ ସ୍ଥାନ ଦେଇଛି । ଏହି ମ୍ୟାଚ୍ ଜିତିଲେ ଭାରତ ସିରିଜକୁ କବଜା କରିବ ।

Loading...
>