ଏହି ସବୁ କ୍ରିକେଟର ପ୍ରେମର ଫେଲ ମାରିଛନ୍ତି, ଜାଣନ୍ତୁ ସେମାନେ କିଏ କିଏ ?

ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।

ଯୁବରାଜ ସିଂ- କିମ୍‌ ଶର୍ମା

ଦିନ ଥିଲା ଭାରତୀୟ କ୍ରିକେଟ ଦଳ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଓ ବଲିଉଡ ଅଭିନେତ୍ରୀ  କିମ୍‌ ଶର୍ମାଙ୍କ ପ୍ରେମ କାହାଣୀର ଥିଲା ଚର୍ଚ୍ଚା ଚାରିଆଡେ। ଦୁହେଁ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ମଧ୍ୟ ରହୁଥିଲେ। ବହୁଦିନ ଧରି ସମ୍ପର୍କରେ ରହିବା ପରେ ହୁହିଁଙ୍କ ସମ୍ପର୍କରେ ଆସିଥିଲା ଭଟ୍ଟା। ପରସ୍ପର ଅଲଗା ହୋଇଯାଇଥିଲେ। ଦୁଇବର୍ଷ ତଳେ ଯୁବରାଜ ମଡେଲ ହେଜେଲ କିଚ୍‌ଙ୍କୁ ବିବାହ କରିଥିଲେ।

Loading...

ସୌରଭ ଗାଙ୍ଗୁଲୀ-ନଗମା

କୋଲକତାର ମହାରାଜା ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଓ ବଲିଉଡ ଅଭିନେତ୍ରୀ ନଗମାଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିଲା। ୧୯୯୭ରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଦୁହଁିଙ୍କୁ ଆନ୍ଧ୍ରପ୍ରଦେଶର ଚିତୁରରେ ଥିବା ଏକ ମନ୍ଦିରରେ ଦେଖିବାକୁ ମିଳିଥିଲା। ଏହାପରେ ଦୁହଁିଙ୍କ ସମ୍ପର୍କକୁ ନେଇ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ପରେ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ଆଉ ସୌରଭ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଡୋନା ଗାଙ୍ଗୁଲୀଙ୍କୁ ବିବାହ କରିଥିଲେ।

ଜାହିର ଖାନ୍‌-ଇଶା ଶରଓ୍ବାନୀ

ଭାରତୀୟ କ୍ରିକେଟଦଳର ପେସ୍‌ ବୋଲର ଜାହିର ଖାନଙ୍କ ପ୍ରେମ ସମ୍ପର୍କ ସେତେଟା ଲୋକଲୋଚନକୁ ଆସି ନ ଥିଲା। କୁହାଯାଏ ବଲିଉଡ ଅଭିନେତ୍ରୀ ଇଶା ସରଓ୍ବାନୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିଲା। ଦୂହେଁ ଅନେକ ଦିନଧରି ପ୍ରେମ ସମ୍ପର୍କରେ ଥିଲେ। ବିଭିନ୍ନ ପାର୍ଟିରେ ମଧ୍ୟ ଦୁହିଁଙ୍କୁ ଏକତ୍ର ଦେଖିବାକୁ ମିଳିୁଥିଲା। ୨୦୧୨ରେ ଜାହିର-ଇଶାଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା। କିନ୍ତୁ ଏହି ସମ୍ପର୍କ ଭାଙ୍ଗିଯାଇଥିଲା। ଜାହିର ବଲିଉଡ ଅଭିନେତ୍ରୀ ସାଗରିକା ଘାଟଙ୍କେୁ ବିବାହ କରିଥିଲେ।

ମହେନ୍ଦ୍ର ସିଂ ଧୋନୀ-ରାୟ ଲକ୍ଷ୍ମୀ

ଭାରତୀୟ କ୍ରିକେଟର ମିଷ୍ଟର କୁଲ୍‌ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ  ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା। ସାଉଥ୍‌ ଅଭିନେତ୍ରୀ ରାୟ ଲକ୍ଷ୍ମୀଙ୍କ ସହ ଧୋନୀଙ୍କ ସମ୍ପର୍କ ଥିଲା। ଏକଥା ଲକ୍ଷ୍ମୀ ଏକ ଇଣ୍ଟରଭ୍ୟୁରେ କହିଥିଲେ। ଏହାସହ ବଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଓ ଗଜନୀ ଫେମ୍‌ ଆସିନଙ୍କ ସହ ଧୋନିଙ୍କ ନାମ ଯୋଡା ଯାଇଥିଲା। ଶେଷରେ ଧୋନୀ ଉତ୍ତରାଖଣ୍ଡର ସାକ୍ଷୀଙ୍କୁ ବିବାହ କରିଥିଲେ।

ରବି ଶାସ୍ତ୍ରୀ-ଅମୃତା ସିଂ

୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ କ୍ରିକେଟ ଦଳର ସଦସ୍ୟ ତଥା ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ ଓ ବଲିଉଡ ଅଭିନେତ୍ରୀ ଅମୃତା ସିଂଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କଥା କାହାକୁ ଅଛପା ନାହିଁ। ରବିଙ୍କୁ ଚିୟର କରିବା ପାଇଁ ଅମୃତା ଷ୍ଟାଡିୟମରେ ମଧ୍ୟ ଉପସ୍ଥିତ ରହୁଥିଲେ। ୧୯୯୦ରେ ଦୁହେଁ ପରସ୍ପର ଅଲଗା ହୋଇଯାଇଥିଲେ। ରବି ରିତୁ ସିଂ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଅମୃତା ମଧ୍ୟ ନିଜଠୁ ୧୦ବର୍ଷ ସାନ ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ।

ଇରଫାନ୍‌ ପଠାନ-ଶିବାଙ୍ଗୀ

ପୂର୍ବତନ ମିଡିୟମ ପେସ୍‌ ବୋଲର ଇରଫାନ୍‌ ପଠାନ ଓ ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟ ମୂଳର ଶିବାଙ୍ଗୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାବେଳେ ଶିବାଙ୍ଗୀଙ୍କ ସହ ସମୟ ବିତାଉଥିଲେ ଇରଫାନ୍‌। ଦୁହିଁଙ୍କୁ ଅନେକ ସ୍ଥାନରେ ଏକତ୍ର ଦେଖିବାକୁ ମିଳିୁଥିଲା।  ଏକ ଇଣ୍ଟରଭ୍ୟୁରେ ଶିବାଙ୍ଗୀଙ୍କ ସହ ସମ୍ପର୍କ ଥିବା କଥା ସେ ମାନିଥିଲେ। କିନ୍ତୁ କିଛିଦିନ ମରେ ଦୁହେଁ ଅଲଗା ହୋଇଯାଇଥିଲେ। ଇରଫାନ୍‌ ଦୁବାଇରେ ରହୁଥିବା ମଡେଲ ସଫା ବେଗ୍‌ଙ୍କୁ ବିବାହ କରିଥିଲେ।

Loading...
>