ହାର୍ଦ୍ଦିକ ଓ ରାହୁଲଙ୍କ ଉପରୁ ହଟିଲା ନିଲମ୍ବନ୍, ଖେଳିପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷରେ

ନୂଆଦିଲ୍ଲୀ : ରିୟଲିଟି ସୋ କଫି ୱିଥ୍ କରଣରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ଦୁଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ୍ ରାହୁଲ କିଛି ମାତ୍ରା ଆଶ୍ୱସ୍ତ ହୋଇଛନ୍ତି । ଆଜି ତାଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି । ତାଙ୍କର ବିରୋଧରେ ହୋଇଥିବା ଅଭିଯୋଗର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବ । ଯାଞ୍ଚ ସରିବା ପର୍ଯ୍ୟନ୍ତ ଏହି ଦୁଇ କ୍ରିକେଟର କ୍ରିକେଟ ଖେଳିପାରିବେ । ବିସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷା ସିକେ ଖାନ୍ନା ସିଓଏଙ୍କୁ ପତ୍ର ମଧ୍ୟମରେ ଜଣାଇଥିଲେ ଯେ, ଏହି ଦୁଇକ୍ରିକେଟରଙ୍କୁ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ ହଟାଯାଉ ଓ ଖେଳିବାକୁ ସୁଯୋଗ ଦିଆଯାଉ । ଏହି ପରେ ସିଇଓ ଏହି ଦୁଇ କ୍ରିକେଟରଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ କିଛି ସମୟ ପାଇଁ ପ୍ରତ୍ୟାହାର କରିଛନ୍ତି ।

Loading...
>