ଭାରତକୁ କଡା ଟକ୍କର ଦେବେ ଏହି ୫ ନ୍ୟୁଜିଲାଣ୍ଡ କ୍ରିକେଟର

ନୂଆଦିଲ୍ଲୀ : ସଫଳତାର ସହ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିବା ଭାରତୀୟ ଦଳ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ ପୁଣି ଏକ ଚ୍ୟାଲେଞ୍ଜ ଭାବେ ଛିଡା ହୋଇଛି । ୨୦୧୫ ବିଶ୍ୱକପରେ ଉପବିଜେତା ହୋଇଥିବା ନ୍ୟୁଜିଲାଣ୍ଡ ଦଳ ଭାରତକୁ ଚକମା ଦେଇପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ଏବେଠୁ ମତ ଦେଲେଣି । ଏହା କହିବା ପଛରେ ମଧ୍ୟ ଅନେକ କାରଣ ରହିଛି । ନ୍ୟୁଜିଲାଣ୍ଡ ଦଳ ଏବେ ନିଜ ମାଟିରେ ସିରିଜ ଖେଳିବ । ତେଣୁ ତାଙ୍କୁ ଦର୍ଶକଙ୍କ ସମର୍ଥନ ରହିବ । ସେହିପରି ନ୍ୟୁଜିଲାଣ୍ଡ ଦଳର ଟପ୍ ଅର୍ଡର ଏବେ ବେଶ ଭଲ ଫର୍ମରେ ଅଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ଅଧିନାୟକ କେନ୍ ୱିଲିୟମସନ, ମାର୍ଟିନ୍ ଗୁପ୍ଟିଲ ଓ ରୋସ୍ ଟେଲର । ସେହିପରି ବୋଲିଂରେ ଟ୍ରଣ୍ଟ ବୋଲ୍ଟ ଓ ଲ୍ୟୁକି ଫର୍ଗୁସନଙ୍କ ଭଳି ଦକ୍ଷ ଖେଳାଳି ଏହି ଦଳରେ ରହିଛନ୍ତି । ଏହି ୫ଜଣ ଖେଳାଳି ଭାରତକୁ କଡା ଟକ୍କର ଦେବା ସୁନିଶ୍ଚିତ । ଏ ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୧୦୧ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ନାମରେ ୫୧ ଓ ନ୍ୟୁଜିଲାଣ୍ଡ ୪୪ଟି ଦିନିକିଆ ଜିତିଛନ୍ତି । ପରିସଂଖ୍ୟାନ ଦୃଷ୍ଟିରେ ଭାରତ ଆଗରେ ଥିଲେ ମଧ୍ୟ ଘରୋଇ ଦଳକୁ ହରାଇବା ଏତେ ସହଜ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ୫ କ୍ରିକେଟର ବିଷୟ…

କେନ୍ ୱିଲିୟମସନ୍ –ନ୍ୟୁଜିଲାଣ୍ଡ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଭାବେ କେନ୍ ଜଣାଶୁଣା । ତାଙ୍କର ବ୍ୟାଟିଂ ଫର୍ମ ଏବେ ଜବରଦସ୍ତ ରହିଛି । ସେ ନିକଟରେ ହୋଇଥିବା ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷରେ ଢେର ସାରା ରନ୍ ସଂଗ୍ରହ କରିଛନ୍ତି । ସେ ଗତ ୧୦ ମ୍ୟାଚରେ ୫ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ କରିଛନ୍ତି । ଭାରତ ବିପକ୍ଷରେ ୧୮ ମ୍ୟାଚ୍ ଖେଳି ୨ଟି ଅର୍ଦ୍ଧଶତକ ଓ ୨ଟି ଶତକ ବଳରେ ୯୨୬ ରନ କରିସାରିଛନ୍ତି ।

ଟ୍ରେଣ୍ଟ ବୋଲ୍ଟ: ବର୍ତ୍ତମାନ ସମୟରେ ବିଶ୍ୱର ଜଣେ ଜଣାଶୁଣା ପେସର ଭାବରେ ବୋଲ୍ଟ ପରିଚିତ । ଏହି ୨୯ ବର୍ଷିୟା ବୋଲର ଗତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ । ଭାରତ ବିପକ୍ଷରେ ସେ ୭ଟି ମ୍ୟାଚ୍ ଖେଳି ୧୦ିଟି ଉଇକେଟ୍ ନେଇଛନ୍ତି । ତାଙ୍କର ଗତ ୧୦ଟି ମ୍ୟାଚରେ ୨୬ଟି ଉଇକେଟ୍ ନେଇ ଫର୍ମର ଥିବାର ପରିଚୟ ଦେଇଛନ୍ତି ।

Loading...

ରୋସ ଟେଲର-ଟିମ୍ ଇଣ୍ଡିଆ ପାଇଁ ସବୁଠୁ ଅଧିକ ବିପଦ ସାଜିପାରନ୍ତି ରୋସ ଟେଲର । ଟେଲର ଭାରତ ବିପକ୍ଷରେ ସାନ୍ଦାର ପ୍ରଦର୍ଶନ କରିଥିବା ରେକର୍ଡ ରହିଛି । ସେ ଭାରତ ବିପକ୍ଷରେ ୨୬ ମ୍ୟାଚ୍ ଖେଳି ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ କରି ୧୩୮୧ ରନ ସଂଗ୍ରହ କରିଛନ୍ତି । ଭାରତ ବିପକ୍ଷରେ ତାଙ୍କର ଆଭରେଜ ହେଲା ୮୪, ଏହା ଭାରତ ପାଇଁ ଚିନ୍ତାର କାରଣ । ରୋସ ଟେଲର ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍ ହୋଇଥିଲେ ମଧ୍ୟ ଆଜି ଯାଏ ୨୦ଟି ଅନ୍ତର୍ଜାତୀୟ ଶତକ ଅର୍ଜନ କରିସାରିଲେଣି । ଟେଲରଙ୍କୁ ଆଉଟ୍ କରିବାକୁ ଭାରତୀୟ ବୋଲରଙ୍କ ବେଶ୍ କଷ୍ଟ ଦାୟକ ହେବ ।

ଲ୍ୟୁିକ୍ ଫର୍ଗୁସନ- ଘଣ୍ଟାପ୍ରତି ୧୫୦ କି.ମି.ରେ ବୋଲିଂ କରୁଥିବା ଏହି ପେସର ମଧ୍ୟ ଭାରତକୁ ଅସୁବିଧାରେ ପକାଇପାରନ୍ତି । ଫର୍ଗୁସନ ଶ୍ରୀଲଙ୍ଗା ବିପକ୍ଷରେ ୩ ମ୍ୟାଚରୁ ୯ ଉଇକେଟ୍ ନେଥିଲେ । ସେ ୨୦୧୮ ମସିହାରେ ୯ ମ୍ୟାଚ୍ ଖେଳି ୨୦ଟି ଉଇକେଟ୍ ନିଜ ନାମରେ କରିଛନ୍ତି ।

ମାର୍ଟିନ ଗୁପ୍ଟିଲ-୩୨ବର୍ଷିୟ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଜି ଯାଏଁ ନ୍ୟୁଜଲାଣ୍ଡଙ୍କୁ ବୁହ ମ୍ୟାଚରେ ଜିତାଇ ସାରିଛନ୍ତି । ତାଙ୍କ ନାମରେ ଗୋଟିଏ ଦ୍ୱିଶତକୀୟ ପାଳି ମଧ୍ୟ ରହିଛି । ଏହି ଓପନର ବ୍ୟାଟ୍ସମ୍ୟାନଙ୍କ ଭାରତୀୟ ବୋଲର ମାନେ ଖୁବ୍ ଶୀଘ୍ର ପଡିଆ ବାହାରକୁ ପଠାଇବାକୁ ଚେଷ୍ଟା କରିବେ ନିଶ୍ଚିତ । ଗୁପ୍ଟିଲ ଭାରତ ବିପକ୍ଷ ୨୬ଟି ମ୍ୟାଚ ଖେଳି ୭୦୦ ରନ୍ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ରହିଛି ।

Loading...
>