Home Sports ଇଂଲଣ୍ଡର ପ୍ରଥମ ଇନିଂସ ୨୮୭ରେ ସୀମିତ, ଭାରତର ବ୍ୟାଟିଂ ଆରମ୍ଭ

ଇଂଲଣ୍ଡର ପ୍ରଥମ ଇନିଂସ ୨୮୭ରେ ସୀମିତ, ଭାରତର ବ୍ୟାଟିଂ ଆରମ୍ଭ

ବର୍ମିଂହାମ, ଅଗଷ୍ଟ୦୨(ଖବର ଓଡ଼ିଶା):

 ବର୍ମିଂହାମର ଏଜବାଷ୍ଟନରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ଇଂଲଣ୍ଡ ୨୮୭ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଦିନରେ ଭାରତୀୟ ବୋଲର ଦମଦାର ବୋଲିଂ କରି ଘରୋଇ ଦଳର ୯ଟି ଓ୍ଵିକେଟ୍ ଦଖଲ କରିଥିଲେ। ପ୍ରଥମ ଦିନର ୨୮୫/୯ ସ୍କୋରରୁ  ଇଂଲଣ୍ଡ ଆଜି ଦ୍ଵିତୀୟ ଦିନ ବ୍ୟାଟିଂ ଆରମ୍ଭ କରିଥିଲା। ମାତ୍ର ସ୍କୋରରେ ୨ ରନ ଯୋଡି ଇଂଲଣ୍ଡର ପାଳି ୨୮୭ରେ ସମାପ୍ତ ହୋଇଛି। ସାମ କୁରନ(୨୪)ଙ୍କୁ ଆଉଟ୍ କରି ମହମ୍ମଦ ସାମି ଇଂଲଣ୍ଡ ପାଳିରେ ପୂର୍ଣ୍ଣଛେଦ ପକାଇଛନ୍ତି।

ପ୍ରଥମ ଦିନରେ ଅଶ୍ଵିନିଙ୍କ ଫିରକିରେ ଫସିଥିଲେ ଇଂଲଣ୍ଡ ବ୍ୟାଟସମ୍ୟାନ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୯ ଓ୍ଵିକେଟ୍ ହରାଇ ୨୮୫ ରନ କରିଥିଲା।କ୍ରିଜରେ ଥିଲେ  ସାମ କୁରନ(୨୪) ଓ  ଜେମ୍ସ ଆଣ୍ଡରସନ(୦)। ଦ୍ଵିତୀୟ ଦିନରେ ଖେଳ ପ୍ରାରମ୍ଭରେ ସାମ କୁରନ(୨୪) ସାମିଙ୍କ ବଲରେ କାର୍ତ୍ତିକଙ୍କୁ କ୍ୟାଚ୍ ଦେଇ ପାଭିଲିୟନ ଫେରିଥିଲେ। ପ୍ରଥମ ଦିନର ପ୍ରଥମ ଦୁଇଟି ସେସନ ଉଭୟ ଦଳ ନାମରେ ରହିଥିବା ବେଳେ ଶେଷ ସେସନରେ ଭାରତୀୟ ବୋଲର  ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶେଷ ସେସନରେ ଇଂଲଣ୍ଡ ୧୧୨ ରନ କରି ୬ ଓ୍ଵିକେଟ୍ ହରାଇଥିଲା।ପ୍ରଥମ ଦିନରେ ଘରୋଇ ଦଳ ପକ୍ଷରୁ ଅଧିନାୟକ ରୁଟ୍ ସର୍ବାଧିକ ୮୦ ରନର ପାଳି ଖେଳିଥିବା ବେଳେ ଜନି ବେୟାରଷ୍ଟୋ ମଧ୍ୟ ୭୦ ରନର ଉଲ୍ଲେଖନୀୟ ପାଳି ଖେଳିଛନ୍ତି। ଭାରତ ପକ୍ଷରୁ ସଫଳତମ ବୋଲର ଭାବେ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନି ୪ ଓ୍ଵିକେଟ୍ ନେଇଥିବା ବେଳେ ସାମି ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ହେଉଛି ଘରୋଇ ଇଂଲଣ୍ଡର ୧୦୦୦ ତମ ଟେଷ୍ଟ ମ୍ୟାଚ୍।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡର ଓପନର ଆଲିଷ୍ଟର କୁକ ଓ ଜେନିଙ୍ଗ୍ସ ପ୍ରଥମ ଓ୍ଵିକେଟରେ ୨୭ ରନ ଯୋଡିଥିଲେ। ଏହି ସ୍କୋରରେ କୁକ(୧୩)କୁ କ୍ଲିନ ବୋଲ୍ଡ କରି ଅଶ୍ଵିନି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଜେନିଙ୍ଗ୍ସ ଓ ଅଧିନାୟକ ରୁଟ ପାଳିକୁ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟରେ ୭୨ ରନ ଯୋଡି ଦଳର ସ୍ଥିତିକୁ ମଜଭୁତ କରିଥିଲେ। ମାତ୍ର ୯୮ ରନ ସ୍କୋରରେ  ଜେନିଙ୍ଗ୍ସଙ୍କୁ କ୍ଲିନ ବୋଲ୍ଡ କରି ମହମ୍ମଦ ସାମି ଦଳକୁ ଦ୍ଵିତୀୟ ସଫଳତା ଦେଇଥିଲେ। ଜେନିଙ୍ଗ୍ସ ୪୨ ରନ କରି ପାଭିଲିୟନ ଫେରିଥିଲେ। ପରେ ଡେଭିଡ ମଲାନଙ୍କୁ ଏଲବିଡବ୍ଲ୍ୟୁ କରି ସାମି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ୧୧୨ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଅଡୁଆରେ ପଡିଥିବା ଇଂଲଣ୍ଡକୁ ସମ୍ଭାଳିଥିଲେ ଅଧିନାୟକ ରୁଟ୍ ଓ ଜନି ବେୟରଷ୍ଟୋ। ଉଭୟ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟରେ ୧୦୪ ରନ ଯୋଡି ଦଳକୁ ମଜଭୁତ ସ୍ଥିତିକୁ ନେଇ ଆସିଥିଲେ।  ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲେ ଅଧିନାୟକ ବିରାଟ କୋହଲି। କୋହଲିଙ୍କ ଚତ୍ମକାର ଫିଲ୍ଡିଂରେ ରନ ଆଉଟ୍ ହୋଇଥିଲେ ରୁଟ। ରୁଟ ୯ଟି ଚୌକା ବଳରେ ୮୦ ରନର ଅଧିନାୟକତ୍ଵ ପାଳି ଖେଳି ପାଭିଲିୟନ ଫେରିଥିଲେ। ଚତୁର୍ଥ ଓ୍ଵିକେଟ୍ ରୂପେ ରୁଟ୍ ଆଉଟ୍ ହେବା ପରେ ଇଂଲଣ୍ଡ ବ୍ୟାଟିଂ ବିପର୍ୟ୍ୟୟ ଆରମ୍ଭ ହୋଇଥିଲା। ୨୧୬ ରନରେ ୪ ଓ୍ଵିକେଟ୍ ହରାଇବା ପରେ ଦଳ ଶେଷ ୬ ଓ୍ଵିକେଟ୍ ୬୯ ରନରେ ହରାଇଥିଲା। ୨୨୩ ରନ ସ୍କୋରରେ ଜନି ବେୟରଷ୍ଟୋକୁ କ୍ଲିନ ବୋଲ୍ଡ କରି ଉମେଶ ଯାଦବ ଭାରତକୁ ପଞ୍ଚମ ସଫଳତା ଦେଇଥିଲେ। ବେୟରଷ୍ଟୋ ୮୮ଟି ବଲରୁ ୯ଟି ଚୌକା ବଳରେ ୭୦ ରନର ମହତ୍ଵପୂର୍ଣ୍ଣ ପାଳି ଖେଳିଥିଲେ। ଏହା ପରେ ଇଂଲଣ୍ଡ ପାଳିରେ ଆଉ ବଡ଼ ଭାଗିଦାରୀ ଦେଖିବାକୁ ମିଳିନଥିଲା। ପ୍ରଥମ ଦିନର ଶେଷ ସେସନରେ ଦଳ ୧୨୨ ରନ କରି ୬ ଓ୍ଵିକେଟ୍ ହରାଇଥିଲା। ଭାରତ ପକ୍ଷରୁ  ରବିଚନ୍ଦ୍ରନ ଅଶ୍ଵିନି ସଫଳ ବୋଲର ଭାବେ ୪ ଓ୍ଵିକେଟ୍ ନେଇଥିଲେ। ମହମ୍ମଦ ସାମି ୩ଟି ସଫଳତା ପାଇଥିବା ବେଳେ  ଉମେଶ ଯାଦବ ଓ ଇଶାନ୍ତ ଶର୍ମା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>