ଅମ୍ପିୟାରଙ୍କ ସହ ଯୁକ୍ତିତର୍କ କରି ଜୋରିମାନା ଭୋଗିଲେ ଧୋନୀ

ଜୟପୁର : ଏଠାରେ ଚାଲିଥିବା ଆଇପିଏଲ ଏକ ମ୍ୟାଚରେ କ୍ୟାପଟେନ କୁଲ୍ ଧୋନୀ ନିଜ ଉପର ନିୟନ୍ତ୍ରଣ ହରାଇ ଅମ୍ପିୟାରଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହା ଭାରତୀୟ ଟି-୨୦ ଲିଗ କୋଡ୍ ଅଫ୍ କଣ୍ଡକ୍ଟ ବିରୋଧୀ ବୋଲି କୁହାଯାଇଛି । ଧୋନୀ ଲେବୁଲ ୨ ଅପରାଧରେ ୨.୨୦କୁ ଉଲ୍ଲଂଘନ କରିଛନ୍ତି ବୋଲି ଏଥିରେ ଦର୍ଶାଯାଇଛି । ଏହି କାରଣରୁ ଧୋନୀଙ୍କୁ ଜୋରିମାନା ଭାଗିବାକୁ ପଡିଛନ୍ତି । ତାଙ୍କ ମ୍ୟାଚ୍ ଫି’ରୁ ୫୦ ପ୍ରତିଶତ ଅର୍ଥରାଶି କଟାଯିବ ବୋଲି ଏଥିରେ କୁହାଯାଇଛି । ସୂଚନାଯୋଗ୍ୟରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେକ) ମଧ୍ୟରେ  ମ୍ୟାଚ୍‌ରେ ସମାନ ଅମ୍ପାୟରଙ୍କ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିଯୋଗୁ କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ପଡ଼ିଆ ମଧ୍ୟକୁ ପ୍ରବେଶ କରି ଅମ୍ପାୟରଙ୍କ ସହ ଯୁକ୍ତି କରିଥିଲେ। ସିଏସେକ ଇନିଂସର ୨୦ତମ ଓଭରର ୪ର୍ଥ ବଲ୍‌କୁ ଅମ୍ପାୟର ପ୍ରଥମେ ନୋ ଡାକିଥିଲେ। କିନ୍ତୁ ପରେ ନିଷ୍ପତ୍ତି ପ୍ରତ୍ୟାହାର କରିନେବା ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ଧୋନୀ ପଡ଼ିଆ ମଧ୍ୟରେ ପ୍ରବେଶ କରି ଅମ୍ପାୟରଙ୍କ ସହିତ କିଛି ସମୟ ଯୁକ୍ତି କରିଥିଲେ। ହେଲେ ଅମ୍ପାୟର ଏହାକୁ ପୁନଃ ନୋ ବଲ ଦେଇ ନ ଥିଲେ। ଶେଷରେ ମିଚେଲ ସାଣ୍ଟନର ବୋଲର ବେନ ଷ୍ଟୋକ୍ସଙ୍କ ଅନ୍ତିମ ବଲକୁ ଛକା ଲଗାଇ ସିଏସେକକୁ ବିଜୟୀ କରାଇଥିଲେ। ଏହା ଥିଲା ଚେନ୍ନାଇ ଦଳର ଚଳିତ ଲିଗ୍‌ରେ ୬ଷ୍ଠ ବିଜୟ।

Loading...
>