ଦ୍ୱିତୀୟ ଟେଷ୍ଟ : ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୭/୬

ପର୍ଥ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଏଠାରେ ଆଜିଠାରୁ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମ ବ୍ୟାଟିଂ କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୨୭୭/୬ରେ ପହଞ୍ଚିଛି । ଅଧିନାୟକ ଟିମ୍ ପେନ୍ (୧୬) ଓ ପେଟ କ୍ୟୁମିନ୍ସ (୧୧) ରନ କରି ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆର ହେରିସ୍ ସର୍ବାଧିକ ୭୦ ରନ୍ କରିଥିବା ବେଳେ ଫିଞ୍ଚି ୫୦, ଖାୱଜା ୫, ସନ ମାର୍ସ ୪୫, ଡେଭିସ୍ ହେଡ୍ ୫୮ ରନ୍ କରି ଆଉଟ୍ ହୋଇଛନ୍ତି । ଭାରତ ପକ୍ଷରୁ ସଫଳ ବୋଲର ଭାବେ ହନୁମା ବିହାରି ଓ ଇଶାନ୍ତ ଉଭୟେ ୨ଟି ଲେଖାଇଁ ଉଇକେଟ୍ ନେଇଥିବା ବେଳେ ଯାଦବ ଓ ବୁମରା ଗୋଟିଏ ଲେଖାଏଁ ଉଇକେଟ୍ ନେଇଛନ୍ତି ।

Loading...
>