ଦିନିକିଆ ମାନ୍ୟତା : ଧାୱନଙ୍କୁ ଝଟକା, ସର୍ବଶ୍ରେଷ୍ଠ ସ୍ଥାନରେ ଚହଲ

ଦୁବାଇ : ଆଇସିସି ପକ୍ଷରୁ ଦିନିକିଆ ମାନ୍ୟତା ଆଜି ଘୋଷଣା କରାଯାଇଛି । ଏଥିରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଫାଇଦା ମିଳିଛି । ସେ ତାଙ୍କ କ୍ୟାରିୟରର ସର୍ବଶ୍ରେ୍ଷ୍ଠ ସ୍ଥାନରେ ପହଞ୍ଚିଛି । ସେ ଏବେ ଦିନିକିଆ ବୋଲର ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିପରି ଅଧିନାୟକ ବିରାଟ କୋହଲି ତାଙ୍କ ଶୀର୍ଷସ୍ଥାନକୁ ଆହୁରି ମଜଭୁତ କରିଛନ୍ତି । ସେ ତାଙ୍କ ପଏଣ୍ଟ ତାଲିକାରେ ୧୬ ଅଙ୍କ ଯୋଡି ୮୯୯ରେ ପହଞ୍ଚାଇଛନ୍ତି । ସେହିପରି ରୋହିତ ଶର୍ମା ମଧ୍ୟ ତାଙ୍କ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କ ରେଟିଂ ପଏଣ୍ଟ ଏବେ ୮୭୧ରେ ପହଞ୍ଚିଛି । ଏହା ତାଙ୍କର ଏ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ । ସେହିପରି ବୋଲିଂ ମାନ୍ୟତାରେ ଭାରତର ରବିନ୍ଦ୍ର ଜାଡେଜା, ଶ୍ରୀଲଙ୍କାର ଅଖିଲ ଧନଞ୍ଜୟ ମଧ୍ୟ ପ୍ରଭାବ ବିସ୍ତାର କରିଛନ୍ତି । ବୋଲିଂ ମାନ୍ୟତାର ଶୀର୍ଷରେ ଥିବା ଜସପ୍ରିତ ବୁମରା ନିଜର ଶ୍ରେଷ୍ଠ ପଏଣ୍ଟ ୮୪୧ ହାସଲ କରିଛନ୍ତି । ସେହିପରି ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସାଇ ହୋପ ନିଜର କ୍ୟାରିଅରର ସର୍ବଶ୍ରେଷ୍ଠ ସ୍ଥାନ ୨୫ରେ ପହଞ୍ଚିଛନ୍ତି । ଇଣ୍ଡିଜର ଅନ୍ୟ ବ୍ୟାଟ୍ସମ୍ୟାନ ହେଟମାୟର ୨୬ତମ ସ୍ଥାନରେ ପହଞ୍ଚିଛନ୍ତି । ଟିମ ମାନ୍ୟତାରେ ପୂର୍ବପରି ଲଂଲଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ଦ୍ୱିତୀୟ ଓ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି ।

Loading...
>