ମୟଙ୍କଙ୍କ ପରେ ବିରାଟ ଶତକ : ବିଶାଳ ସ୍କୋର ଅଭିମୁଖେ ଭାରତ

ପୁନେ : ପୁନେର ମହାରାଷ୍ଟ୍ର କ୍ରିକେଟ ସଂଘ(ଏମ୍‌ସିଏ୦ ପଡିଆରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକ ଦ୍ୱିତୀୟ ଟେଷ୍ଟରେ ଭାରତ ବିଶାଳ ସ୍କୋର ଆଡକୁ ଅଭିମୁଖେ ଯାଉଛି । ଗତକାଲି ପ୍ରଥମ ଦିନରେ ଭାରତର ଯୁବ ଓପନର ମୟଙ୍କ ଅଗ୍ରୱାଲଙ୍କ ଆକର୍ଷଣୀୟ ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ୨୭୩/୩ରେ ପହଞ୍ଚିଥିଲା । ଆଜି ସକାଳୁ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ଆଜଙ୍କ୍ୟ ରାହାଣେ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ଭାରତୀୟ ପାଳିକୁ ସମ୍ଭାଳିଛନ୍ତି । ବିରାଟ ତାଙ୍କ ଅର୍ଦ୍ଧଶତକୀୟ ପାଳିକୁ ଶତକରେ ପୂର୍ଣ୍ଣ କରିଥିବା ରାହାଣେ ନିଜର ଅର୍ଦ୍ଧଶତକ ପୂରଣ କରି ବ୍ୟାଟିଂ ଜାରି ରଖିଛନ୍ତି । ଉଭୟେ ଯଥାକ୍ରମେ ୧୦୩ ଓ ୫୪ କରି ଖେଳ ଜାରି ରଖିଛନ୍ତି । ବର୍ତ୍ତମାନ ଦଳୀୟ ସ୍କୋର ୩୫୧/୩ରେ ପହଞ୍ଚିଛି ।

Loading...
>