ରୋଷ୍ଟନ ଓ ହଲଡରଙ୍କ ଅର୍ଦ୍ଧଶତକ : ୱେଷ୍ଟଇଣ୍ଡିଜ୍ ୨୯୫/୭

ହାଇଦ୍ରାବାଦ: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଆଜି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍ ହରାଇ ୨୯୫ ରନ୍ ସଂଗ୍ରହ କରିଛି । ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଇଣ୍ଡିଜ୍ ଦଳର ରୋଷ୍ଟନ୍ ଚେସ୍ ଓ ଜ୍ୟାସନ ୍ହୋଲ୍ଡରଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ରୋଷ୍ଟନ ୭ଟି ଚୌକା ଓ ଗୋଟିଏ ଛକ୍କା ସହ ୧୭୪ ବଲରୁ ଅପରାଜିତ ୯୮ ରନ୍ ସଂଗ୍ରହ କରିଛନ୍ତି । ସେହିପରି, ଜ୍ୟାସନ୍ ହୋଲ୍ଡର ୬ଟି ଚୌକା ସହ ୯୨ ବଲରୁ ୫୨ ରନ୍ କରି ଉମେଶଙ୍କ ବଲରେ ଋିଷଭ ପନ୍ଥଙ୍କ ଦ୍ୱାରା କ୍ୟାଚ୍ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରେଗ୍ ବ୍ରେଥୱେଟ୍, ୧୪, କିରଣ ତାୱେଲ ୨୨, ସାଇ ହୋପ୍ ୩୬, ସିମରନ୍ ୧୨, ସୁନୀଲ ଆମ୍ବ୍ରିସ୍ ୧୮ ରନ୍ କରିଥିଲେ । ବୋଲିଂରେ ଉମେଶ ଯାଦବ ଓ କୁଲଦୀପ ଯାଦବଙ୍କୁ ୩ଟି ଲେଖାଏଁ ୱିକେଟ୍ ମିଳିଥିଲା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଗୋଟିଏ ୱିକେଟ୍ ମିଳିଛି । ବ୍ରେଥ୍ୱେଟ୍ କୁଲଦୀପ ଯାଦବଙ୍କ ଦ୍ୱାରା ଏଲ୍ବି ହୋଇଥିଲା ବେଳେ ପାୱେଲଙ୍କୁ ଅଶ୍ୱିନ ଶିକାର କରିଥିଲେ । ଅଶ୍ୱିନଙ୍କ ବଲରେ ରବିଚନ୍ଦ୍ର ଜାଡ଼େଜାଙ୍କ ଦ୍ୱାରା ସେ ଆଉଟ୍ ହୋଇଥିଲେ । ସାଇ ହୋପ୍ ଅଗ୍ରସର ହେଉଥିବା ବେଳେ ଉମେଶଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିଲା ବେଳେ ସିମରନ୍ ମାତ୍ର ୧୨ ରନ୍ କରି କୁଲଦୀପ ଯାଦବଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଆମ୍ବ୍ରିସ୍ଙ୍କୁ ଟାର୍ଗେଟ୍ କରିଥିଲେ କୁଲଦୀପ । ତିନୋଟି ଚୌକା ସହ ୨୬ ବଲରୁ ୧୮ ରନ୍ କରି କୁଲଦୀପଙ୍କ ବଲରେ ଜାଡେଜାଙ୍କ ଦ୍ୱାରା କ୍ୟାଚ୍ଆଉଟ୍ ହୋଇଥିଲେ ।

Loading...
>