ଏହି ମାମଲାରେ ରୋହିତଙ୍କୁ ପଛରେ ପକାଇଲେ ଧୋନୀ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ନିଜ ନାମରେ ଏକ ଉପଲବ୍ଧି ହାସଲ କରିଛନ୍ତି।  ସେ ଭାରତ ପାଇଁ ଏକଦିବସୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠୁ ଅଧିକ ଛକା ମାରିବା ବ୍ୟାଟସମ୍ୟାନ ହେବାର ସଫଳତା ହାସଲ କରିଛନ୍ତି। ଶନିବାର ଧୋନୀ ଅଷ୍ଟ୍ରେଲିଆ ବିପକ୍ଷରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ପ୍ରଥମ ଦିନିକିଆରେ ୩୮ ତମ ଓଭରରେ ନାଥନ କୁଲଟର ନାଇଲ ବଲରେ ଛକା ଲଗାଇ ଏହି ଉପଲବ୍ଧି ହାସଲ କରିଛନ୍ତି। ଓ୍ଵିକେଟ୍ କିପର  ବ୍ୟାଟସମ୍ୟାନ ଧୋନୀ ଭାରତ ପାଇଁ ୩୩୬ତମ ମୁକାବିଲାରେ ୨୧୬ତମ ଛକା ମାରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ୨୧୫ଟି ଛକା ସହିତ ଧୋନୀ ମିଳିତ ଭାବେ ପ୍ରଥମ ସ୍ଥାନରେ ଥିଲେ। ରୋହିତ ଭାରତ ପାଇଁ ୨୦୨ଟି ମ୍ୟାଚରୁ ୨୧୫ଟି ଛକା ମାରିଛନ୍ତି।ଏକଦିବସୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଧୋନୀ ୩୩୯ଟି ମ୍ୟାଚରୁ ୨୨୩ଟି ଛକା ମାରିଛନ୍ତି। ଏଥିରୁ ତିନୋଟି ମ୍ୟାଚ୍ ଏସିଆ ଏକାଦଶ ପକ୍ଷରୁ ଖେଳି ବଳକା ଛକା ମାରିଛନ୍ତି। ଭାରତ ପକ୍ଷରୁ ସଚିନ ତେନ୍ଦୁଲକର ୪୬୩ଟି ମ୍ୟାଚରୁ ୧୯୫ଟି ଛକା ମାରିଛନ୍ତି। ସୌରଭ ଗାଙ୍ଗୁଲି  ୩୧୧ଟି ମ୍ୟାଚରୁ ୧୯୦ ଛକା ଲଗାଇଛନ୍ତି। ଯୁବରାଜ ସିଂହ ୨୦୪ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ୧୫୫ ଛକା ଲଗାଇଛନ୍ତି। ଦିନିକିଆରେ  ସବୁଠୁ ଅଧିକ ଛକା ମାରିବାର ରେକର୍ଡ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କ ନାମରେ  ରହିଛି। ସେ ୩୯୮ଟି ଏକଦିବସୀୟ ମ୍ୟାଚରୁ ୩୫୧ଟି ଛକା ମାରିଛନ୍ତି।  ଅନ୍ୟ ପଟେ କ୍ରିସଗେଲ ଓ୍ଵେଷ୍ଟଇଣ୍ଡିଜ ଓ ଆଇସିସି ପାଇଁ ୩୦୫ଟି ଛକା ମାରିଛନ୍ତି।
Loading...
>