ଯାଦବ ଓ ଧୋନୀଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ପ୍ରଥମ ଦିନିକିଆ ଜିତିଲା ଭାରତ

ହାଇଦ୍ରାବାଦ : ଆଜି ଏଠାରେ ଖେଳାଯାଇଥିବା ଦିନିକିଆ ସିରିଜ ପ୍ରଥମ ଦିନିକିଆକୁଭାରତ ୬ ଉଇକେଟ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି । ମ୍ୟାଚରେ ଧୋନୀ ଓ ଯାଦବ ଅର୍ଦ୍ଧଶତକ ଅର୍ଜନ କରଛନ୍ତି । ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୩୬/୭ରେ ସୀମିତ ରହିଥିଲା । ଦଳ ପକ୍ଷରୁ ଓପନର ଓସମାନ ଖୱାଜା ୭୬ ବଳରେ ୫୦ ରନ କରିଥିବା ବେଳେ ଷ୍ଟୋନିସ୍ ୫୩ ବଲରେ ୩୭ ରନ ଅଷ୍ଟ୍ରେଲିଆକୁ ଭଲ ଆରମ୍ଭ ଦେଇଥିଲେ । ମଧ୍ୟଭାଗରେ ପିଟର ହେଡସ୍କମ ୧୯, ମାସ୍କୱେଲ ୪୦, ଟର୍ନର ୨୧, ଆଲେକ୍ସ କେରୀ ୩୬(ଅପରାଜିତ), ନାଥେନ କୁଲଟର ନେଲ ୨୮ କରିଥିଲେ । ବୋଲିଂରେ ମହମ୍ମଦ ସାମି , ବୁମରା ଓ କୁଲଦୀପ ଯାଦବଙ୍କୁ ୨ଟି ଲେଖାଏଁ ଉଇକେଟ ମିଳିଥିବା ବେଳେ କେଦାର ଯାଦବଙ୍କୁ ଗୋଟିଏ ଉଇକେଟ ନେଥିଲେ । ୨୩୭ରନ ବିଜୟ ଲକ୍ଷ୍ୟ ନେଇ ଭାରତ ପକ୍ଷରୁ ଶିଖର ଓ ରୋହିତ ବ୍ୟାଟିଂ ଆରମ୍ଭ କରିଥିଲେ । ଦ୍ୱିତୀୟ ଓଭରରେ ହିଁ ଶିଖର ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ । ପରେ ରୋହିତ-କୋହିଲ ଯୋଡି ଉତ୍ତମ ଭାଗିଦାରୀ କରି ସ୍କୋରକୁ ଆଗେଇ ନେଇଥିଲେ । ସ୍କୋର ୮୦ରନ ଥିବା ବେଳେ ବିରାଟ ଆଉଟ୍ ହେବା ପରେ ରୋହିତ ଓ ଆମ୍ବାତି ରାୟୁଡୁ ଶୀଘ୍ର ଶୀଘ୍ର ଆଉଟ୍ ହୋଇଯାଇଥିଲା । ଏହି ସମୟରେ ଭାରତ ମୁସ୍କିଲ ସ୍ଥିତିରେ ଥିଲା । କିନ୍ତୁ ଧୋନୀ ଓ ଯାଦବ ଯୋଡି ଉତ୍ତମ ଭାଦାରୀ କରି ଆଉ କୌଣସି ଉଇକେଟ ନ ହରାଇ ମ୍ୟାଚକୁ ଜିତି ନେଇଥଇଲେ । ରୋହିତ ଶର୍ମା ୩୭, ବିରାଟ କୋହଲି ୪୪, ରାୟୁଡୁ ୧୩, ଏମଏସ ଧୋନୀ ୫୯(ଅପରାଜିତ), କେଦାର ଯାଦବ ୮୧(ଅପରାଜିତ) ରହିଥିଲେ । ବୋଲିଂରେ କୁଲଟର ନେଲ ଓ ଆଡାମ ଜାମ୍ପଙ୍କୁ ୨ଟି ଲେଖାଏଁ ଉଇକେଟ ମିଳିଥିଲା ।

Loading...
>