ପାକିସ୍ତାନ ସହ ବିଶ୍ୱକପରେ ମ୍ୟାଚ ଖେଳିବା ସଂପର୍କରେ ଏମିତି କଥା କହିଲେ ବିରାଟ

ନୂଆଦିଲ୍ଲୀ : ପୁଲୱାମା ହାମଲା ପରେ ଏବେ ଦେଶବ୍ୟାପୀ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି । ଏବେ ଏହା କ୍ରିକେଟ ଦୁନିଆରେ ମଧ୍ୟ ପ୍ରବେଶ କରିଛି । କେତେକ ପୂର୍ବତନ ଖେଳାଳି କହିଛନ୍ତି ଯେ, ପାକିସ୍ତାନ ସହ ବିଶ୍ୱକପରେ ମ୍ୟାଚ୍ ଭାରତ ନ ଖେଳୁ । ଆଉ କେତେକ ମତ ଦେଇଛନ୍ତି ଭାରତ ପାକିସ୍ତାନ ସହ କୌଣସି ପ୍ରକାର ଖେଳ ମଧ୍ୟ ନ ଖେଳୁ । ଏ ସଂପର୍କରେ ଗତକାଲି ସୁପ୍ରିମକୋର୍ଟ ନିଯୁକ୍ତ ପ୍ରଶାସକ କମିଟିର ବୈଠକରେ ସରକାରଙ୍କ ଉପରେ ସମସ୍ତ ନିଷ୍ପତ୍ତି ଛାଡିଦେଇଛି । ବିସିସିଆଇ କହିଛି ଯେ, ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାହାକୁ ମାନିବୁ । ଆଜି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ଏ ସଂପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ସରକାର ଓ ବିସିସିଆଇ ଯାହା ନିଷ୍ପ୍ତି ନେବ ତାହା ପୁରା ଟିମ ଗ୍ରହଣ କରିବ । ପୁଲୱାମା ଘଟଣା ପରେ ମୁଁ ଓ ଆମର ଟିମ ସମ୍ବେଦନଶୀଳ ।

Loading...
>