ବିଶ୍ୱକପରେ ଭାରତ-ପାକ୍ ମ୍ୟାଚ ସଂପର୍କରେ ଗାଙ୍ଗୁଲିଙ୍କ ବଡ ବୟାନ

ନୂଆଦିଲ୍ଲୀ : ପୁଲୱାମା ହାମଲାରେ ୪୦ରୁ ଅଧିକ ଜବାନ ସହିଦ ହେବା ପରେ ଏବେ ଦେଶବ୍ୟାପୀ ପାକିସ୍ତାନ ବିରୋଧରେ ଉତ୍ତେଜନା ଜାରି ରହିଛି । ଏବେ ଏହା ଖେଳ ଦୁନିଆକୁ ମଧ୍ୟ ପହଞ୍ଚିଛି । ପାକିସ୍ତାନକୁ ଖେଳରୁ ମଧ୍ୟ ବୟକଟ କରିବାକୁ ଦେଶବ୍ୟାପୀ ଆଲୋଚନା ହେଉଛି । ବିଶ୍ୱକପରେ ଭାରତ-ପାକ ମଧ୍ୟରେ ହେବାକୁ ଥିବା ମ୍ୟାଚ ସଂପର୍କରେ ମତ ଦେଇ ପୂର୍ବତନ ଅଧିନାୟକ ତଥା କ୍ରିକେଟର ସୌରଭ ଗାଙ୍ଗୁଲି କହିଛନ୍ତି ଯେ, କେବଳ କ୍ରିକେଟ ନୁହେଁ ସବୁ ପ୍ରକାର ଖେଳରୁ ପାକିସ୍ତାନକୁ ବୟକଟ କରାଯାଉ । ଏହା ପୂର୍ବରୁ ହରଭଜନ ସିଂହ ମଧ୍ୟ ଏମିତି କହିଥିଲେ । ଏହି ପୂର୍ବତନ ଅଧିନାୟକ କହିଛନ୍ତି ଯେ, ପାକିସ୍ତାନ ବିପକ୍ଷରେ ବିଶ୍ୱକପରେ ଗୋଟିଏ ମ୍ୟାଚ ନଖେଳିଲେ ଭାରତ ପାଇଁ କିଛି ଅସୁବିଧା ହେବ ନାହିଁ । ବିଶ୍ୱକପରେ ୧୦ଟି ଟିମ ଖେଳିବେ । ସମସ୍ତେ ସମସ୍ତଙ୍କ ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବାର ଖେଳସୂଚୀ ରହିଛି । ମୋ ହିସାବରେ ଆଇସିସିକୁ ଭାରତକୁ ବିନା ବିଶ୍ୱକପ ଯିବା ସମ୍ଭବ ହେବ ନାହିଁ । ପଲୱାମା ହାମଲା ପରେ ଭାରତ ପାକିସ୍ତାନ ସହ କ୍ରିକେଟ, ହକି, ଫୁଟବଲ ତଥା ଅନ୍ୟ କୌଣସି ଖେଳ ନଖେଳୁ ବୋଲି ସେ କହିଛନ୍ତି ।

Loading...
>