ହିମାଚଳ ଷ୍ଟାଡିୟମରୁ ବି ହଟିଲା ପାକିସ୍ତାନୀ ଖେଳାଳିଙ୍କ ଫଟୋ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷରେ ଦେଶରେ ପ୍ରତିଶୋଧର ନିଆଁ ଜଳିବା ଆରମ୍ଭ ହୋଇଛି। ଏହିକ୍ରମରେ ବିଭିନ୍ନ ଷ୍ଟାଡିୟମରେ ଲାଗିଥିବା ପାକ୍‌ ଖେଳାଳିଙ୍କ ଫଟୋ ହଟିବା ମଧ୍ୟ ଆରମ୍ଭ ହୋଇଛି। ପୁଲୱାମା ସହିଦଙ୍କ ସମ୍ମାନାର୍ଥେ ମୋହାଲି କ୍ରିକେଟ୍‌ ଷ୍ଟାଡିୟମରେ ଲାଗିଥିବା ପାକ୍‌ ଖେଳାଳିଙ୍କ ଫଟୋ ହଟା ଯାଇଥିଲା। ଏବେ ହିମାଚଳପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ମଧ୍ୟ ସମାନ ନୀତି ଆପଣାଇଛି। ଷ୍ଟାଡିୟମରେ ଲାଗିଥିବା ୧୩ ଜଣ ପାକ୍‌ ଖେଳାଳିଙ୍କ ଫଟୋକୁ ଆଜି କର୍ତ୍ତୃପକ୍ଷ ହଟାଇ ଦେଇଛନ୍ତି। ଏଥିରେ ପାକ୍‌ର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ୱାସିମ ଆକ୍ରମଙ୍କ ଫଟୋ ମଧ୍ୟ ରହିଛି।

Loading...
>