ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ଦଳ ଘୋଷଣା-ଏହି ଯୁବ ସ୍ପିନରଙ୍କୁ ମିଳିଲା ଟି-୨୦ରେ ସ୍ଥାନ

ନୂଆଦିଲ୍ଲୀ : ଆଜି ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟି-୨୦ ଓ ୫ଟି ଦିନିକିଆ ପାଇଁ ଦଳ ଘୋଷଣା କରାଯାଇଛି । ଏଥିରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଖେଳିଥିବା ପ୍ରାୟ ସବୁ ଖେଳାଳି ସାମିଲ ହୋଇଛନ୍ତି । ଟି-୨୦ ଦଳରେ ଯୁବ ସ୍ପିନର ମୟଙ୍କ ମାର୍କେଣ୍ଡ ସାମିଲ କରାଯାଇଛି । ନିୟମିତ ଅଧିନାୟକ ବିରାଟ କୋହଲି ଓ ପେସର ଜସପ୍ରିତ ବୁମାର ଦଳକୁ ଫେରିଛନ୍ତି । ପ୍ରଥମ ଦୁଇ ଦିନିକିଆ ପାଇଁ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷିଭ ପନ୍ତଙ୍କୁ ଉଭୟ ଦଳରେ ସାମିଲ କରାଯାଇଛି । ଦିନେଶ କାର୍ତ୍ତିକଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇନାହିଁ । କେଏଲ୍ ରାହୁଲଙ୍କୁ ଟି-୨୦ ଓ ଦିନିକିଆରେ ବେକଅପ୍ ଓପନର ଭାବେ ଚୟନ କରାଯାଇଛି ।
ଦିନିକିଆ(ପ୍ରଥମ ଦୁଇ ଦିନିକିଆ)- ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱାନ, ଅମ୍ବାତି ରାୟୁଡୁ, କେଦାର ଯାଦବ, ଏମଏସ୍ ଧୋନୀ(ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମରା, ମହମ୍ମଦ ସାମି, ୟୁ. ଚହଲ, କୁଲଦୀପ ଯାଦବ, ବିଜୟ ଶଙ୍କର, ରିଷିଭ ପନ୍ତ, ସିଦ୍ଧାର୍ଥ କୌଲ, କେଏଲ୍ ରାହୁଲ ।
ଦିନିକିଆ(ଶେଷ ତିନି ଦିନିକିଆ)- ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱାନ, ଅମ୍ବାତି ରାୟୁଡୁ, କେଦାର ଯାଦବ, ଏମଏସ୍ ଧୋନୀ(ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମରା, ମହମ୍ମଦ ସାମି, ୟୁ. ଚହଲ, କୁଲଦୀପ ଯାଦବ, ବିଜୟ ଶଙ୍କର, ରିଷିଭ ପନ୍ତ, ଭୁବନେଶ୍ୱର କୁମାର, କେଏଲ୍ ରାହୁଲ ।
ଟି-୨୦ ଦଳ- ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱାନ,କେଏଲ ରାହୁଲ, ଦିନେଶ କାର୍ତ୍ତିକ, ରିଷିଭ ପନ୍ତ, ଏମଏସ୍ ଧୋନୀ(ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ଜସପ୍ରିତ ବୁମରା, ୟୁ. ଚହଲ, ସିଦ୍ଧାର୍ଥ କୌଲ, ବିଜୟ ଶଙ୍କର, ଉମେଶ ଯାଦବ, ମୟକ ମାର୍କଣ୍ଡେ,

Loading...
>