ପୃଥ୍ୱୀଙ୍କ ପଦର୍ପଣ ମ୍ୟାଚରେ ରେକର୍ଡ

ରାଜକୋଟ୍: ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ତାଙ୍କର ଟେଷ୍ଟ ପଦାର୍ପଣରେ ନିଜ ନାମରେ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ଆଜିଠୁ ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳି ୍ଶତକ କରିଛନ୍ତି । ପଦାର୍ପଣ ମ୍ୟାଚ୍ରେ ଶତକ କରିବାରେ ସେ ଦ୍ୱିତୀୟ ସର୍ବକନିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ଲାଭ କରିଛନ୍ତି । ପୂର୍ବରୁ ଏହି ରେକର୍ଡ଼ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ନାମରେ ଥିଲା । ସଚିନ୍ ୧୯୯୦ରେ ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ମାତ୍ର ୧୭ ବର୍ଷ ଓ ୧୦୭ ଦିନ ବୟସରେ ପ୍ରଥମ ଟେଷ୍ଟ ଶତକ କରିଥିଲେ । ଏବେ ପୃଥ୍ୱୀ ୧୮ବର୍ଷ ୩୨୯ ଦିନ ବୟସରେ ଟେଷ୍ଟ ଶତକ କରି ଏ କ୍ଷେତ୍ରରେ ଦ୍ୱିତୀୟ ସର୍ବକନିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେବାର ସୌଭାଗ୍ୟ ପାଇଛନ୍ତି । ପଦାର୍ପଣ ମ୍ୟାଚ୍ରେ ଶତକ କରିବାରେ ପୃଥ୍ୱୀ ହେଉଛନ୍ତି ୧୫ତମ ଭାରତୀୟ କ୍ରିକେଟିୟର । ଏହି ବିରଳ କୃତୀତ୍ୱ ହାସଲ କରିବା ପାଇଁ ତାଙ୍କୁ ୯୯ଟି ବଲ୍ର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କର ଶତକରେ ୧୫ଟି ଚୌକା ରହିଛି । ଏହି କୀର୍ତ୍ତିମାନ ସହ ଲାଲା ଅମରନାଥ୍, ମହମ୍ମଦ ଆଝାରୁଦ୍ଦିନ୍ ଓ ସୌରଭ ଗାଙ୍ଗୁଲିଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ନାମ ସହ ତାଙ୍କ ନାମ ଯୋଡ଼ି ହୋଇଯାଇଛି । ଅମରନାଥ, ଆଝାରୁଦ୍ଦିନ୍ ଓ ଗାଙ୍ଗୁଲିଙ୍କ ଛଡ଼ା ଦୀପକ ସୋଧାନ, ଏଜି କ୍ରିପାଳ୍ ସିଂ, ଆବାସ ଅଲ୍ଳୀ ବେଗ୍, ହନୁମନ୍ତ ସିଂହ, ଗୁଣ୍ଡାପ୍ପା ବିଶ୍ୱନାଥ, ସୁରୀନ୍ଦର ଅମରନାଥ, ପ୍ରବୀଣ ଆମ୍ରେ, ବୀରେନ୍ଦ୍ର ସେହ୍ୱାଗ, ସୁରେଶ ରାଇନା, ଶିଖର ଧାୱନ ଓ ରୋହିତ ଶର୍ମା ଏଭଳି ଜଣେ ଜଣେ କ୍ରିକେଟର, ଯେଉଁମାନେ ସେମାନଙ୍କର ପଦାର୍ପଣ ଟେଷ୍ଟରେ ଶତକ କରିଥିଲେ । ପୃଥ୍ୱୀଙ୍କର ଏହି ଉପଲବ୍ôଧ ଅବସରରେ ମହମ୍ମଦ କୈଫ, ବିସିସିଆଇର ବହୁ ପଦାଧିକାରୀ, ସଂଜୟ ମଞ୍ଜେରକର, ବୀରେନ୍ଦ୍ର ସେହ୍ୱାଗ, ଆଇସିସି ପଦାଧିକାରୀ, ହରଭଜନ ସିଂ, ଭିଭିଏସ୍ ଲକ୍ଷ୍ମଣଙ୍କ ସମେତ ଆହୁରି ବହୁ କ୍ରିକେଟର ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

Loading...
>