ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବ୍ରାଭୋ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜର ଅଲ୍ରାଉଣ୍ଡର ଡେନ୍ ବ୍ରାଭୋ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । କିନ୍ତୁ ସେ ଘରୋଇ ଟି-୨୦ରେ ଖେଳିବେ ବୋଲି କହିଛନ୍ତି । ୨୦୦୪ରେ କ୍ରିକେଟରେ ଯୋଗ ଦେଇଥିବା ବ୍ରାଭୋ ୪୦ଟି ଟେଷ୍ଟ, ୧୬୪ଟି ଦିନିକିଆ ଓ ୬୬ଟି ଟି-୨୦ ଖେଳିଛନ୍ତି । ଏହି ୩୫-ବର୍ଷୀୟ ବ୍ରାଭୋ ଟେଷ୍ଟରେ ୮୬ଟି ୱିକେଟ୍ ନେବା ସହ ୨୨୦୦ ରନ୍ କରିଛନ୍ତି । ସେଥିମଧ୍ୟରେ ୩ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ରହିଛି । ସେହିପରି, ସେ ୧୯୯ଟି ଏକଦିବସୀୟ ମ୍ୟାଚ୍ ଖେଳି ୨୯୬୮ ରନ୍ କରିଥିବା ବେଳେ ଟି-୨୦ରେ ୧୧୪୨ ରନ୍ କରି ୫୨ଟି ୱିକେଟ୍ ଅକ୍ତିଆର କରିଛନ୍ତି । ସେ ତାଙ୍କର ଶେଷ ଟି-୨୦ ମ୍ୟାଚ୍ ୨୦୧୬ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ଆହୁରି ମଧ୍ୟ ଧର୍ମଶାଳାରେ ୨୦୧୪ ମସିହାରେ ଅନୁଷ୍ଠିତ ଭାରତ ବିପକ୍ଷ ଦିନିକିଆ ଥିଲା ତାଙ୍କର ଶେଷ ଦିନିକିଆ । ସେହି ସମୟରେ ଇଣ୍ଡିଜ୍ ଦଳ ତାଙ୍କ ବୋର୍ଡ଼ ସହିତ ମତଭେଦ କାରଣରୁ ଅଧା ସିରିଜ୍ରୁ ପ୍ରତ୍ୟାବର୍ତ୍ତନ କରିଥିଲା । ୨୦୧୫ ମସିହାରେ ବିଶ୍ୱକପ୍ରେ ଇଣ୍ଡିଜ୍ ଦଳରୁ ବାଦ୍ ପଡ଼ିଥିଲେ ମଧ୍ୟ ତା’ ପରବର୍ଷ ଦଳରେ ଯେଗ ଦେଇ ତାଙ୍କର ଡେଥ୍ ଓଭର ବୋଲିଂ ଯୋଗୁଁ ଇଣ୍ଡିଜ୍ ସେହି ବର୍ଷ ଟି-୨୦ ଚମ୍ପିୟନ୍ ହୋଇପାରିଥିଲା ।

Loading...
>