ଭୁବିଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋଲକତା : ଆଇପିଏଲ ୧୨ର ଦ୍ୱିତୀୟ ଦିନରେ କୋଲକତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମୁକାବିଲାରେ ହାଇଦ୍ରାବାଦ ପାଇଁ ଭୁବନେଶ୍ୱର କୁମାରଙ୍କ ନାମରେ ଏକ ଅଜବ ରେକର୍ଡ ସ୍ଥାନିତ ହୋଇଛି । ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦର ନିୟମିତ ଅଧିନାୟକ କେନ୍ ୱିଲିୟମସନ ଆହତ ଯୋଗୁଁ ମ୍ୟାଚ ଖେଳିନପାରିବାରୁ ତାଙ୍କୁ ସ୍ଥାନରେ ଭାରତୀୟ ପେସର ଭୁବନେଶ୍ୱର କୁମାରଙ୍କୁ ହାଇଦ୍ରାବାଦ ଟିମ ମ୍ୟାନେଜମେଣ୍ଟ ଅଧିନାୟକ ଦାୟିତ୍ୱ ଦେଇଛି । ଏହି ଦାୟିତ୍ୱ ମିଳିବା କ୍ଷଣି ତାଙ୍କୁ ନାମରେ ଏକ ରେକର୍ଡ ସୃଷ୍ଟି ହୋଇଛି । ଆଇପିଏଲ୍ ଅଧିକ ମ୍ୟାଚ ଖେଳିବା ପରେ ହିଁ ଅଧିନାୟକ ହେବା ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
୨୦୧୮ରେ ୧୧୧ ମ୍ୟାଚ ରବିଚନ୍ଦ୍ରନ ଅଶ୍ୱିନ
୨୦୧୯ରେ ୧୦୩ ଭୁବନେଶ୍ୱର କୁମାର
୨୦୧୭ରେ ୯୭ ଆଜିଙ୍କ୍ୟ ରାହାଣେ
୨୦୧୬ ରେ ୯୨ ମୁରଲୀ ବିଜୟ
୨୦୧୩ରେ ୮୪ ରୋହିତ ଶର୍ମା

Loading...
>