ଆର୍ମି କ୍ୟାପ୍ ପିନ୍ଧି ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ, ପୁଲୱାମା ସହିଦ ପରିବାରଙ୍କୁ ଦେବେ ମ୍ୟାଚ ପାଉଣା

ରାଞ୍ଚି : ମହେନ୍ଦ୍ର ସିଂ ଧୋନୀଙ୍କ ହମ୍ ଗ୍ରାଉଣ୍ଡ ରାଞ୍ଚି ଆଜି ଟିମ୍ ଇଣ୍ଡିଆକୁ ଏକ ଭିନ୍ନ ନଜରରେ ଦେଖିବାକୁ ମିଳିଥିଲା । ଏମିତି ଆଗରୁ କେବେ ହୋଇନଥିଲା । ଟସ୍ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ମହେନ୍ଦ୍ର ସିଂ ଧୋନୀ ଆର୍ମି କ୍ୟାପ୍ ପ୍ରଦାନ କରିିଥିଲେ । ଟସ୍ ସମୟରେ ମଧ୍ୟ ବିରାଟ ଆର୍ମି କ୍ୟାପ୍ ପିନ୍ଧିଥିଲେ । ସେନାଙ୍କୁ ସମ୍ମାନ ଜଣାଇ ଟିମ୍ ଇଣ୍ଡିଆ ଆର୍ମି କ୍ୟାପ୍ ପିନ୍ଧି ପଡିଆକୁ ଓହ୍ଲାଇଛି ।

ଏହା ବିସିସିଆଇ ଦ୍ୱାରା ଆରମ୍ଭ କରାଯାଇଛି । ପ୍ରତ୍ୟେକ ବର୍ଷ କୌଣସି ଏକ ମ୍ୟାଚରେ ସେନା କ୍ୟାପ୍ ପିନ୍ଧି ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ଏହି ମ୍ୟାଚରେ ପାଇବାକୁ ଥିବା ପାଉଣା ସମସ୍ତ ଖେଳାଳି ପୁଲୱାମା ସହିଦ ପରିବାରକୁ ଦାନ କରିବେ ।ଆଜିର ମ୍ୟାଚରେ ଭାରତ ପ୍ରଥମ ଟସ୍ ଜିଣି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।

Loading...
>