୩ ଥର ଚମ୍ପିଆନ ଅଷ୍ଟ୍ରେଲିଆକୁ କ୍ୱାର୍ଟର ଫାଇନାଲରେ ହରାଇଲ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ତିନି ଥର ଚମ୍ପିଆନ ଅଷ୍ଟ୍ରେଲିଆକୁ ହରାଇଛି । ଅଷ୍ଟ୍ରେଲିଆ ଦଳ ଟସ୍ ଜିଣି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ଜଶସ୍ୱ ଜୈଶୱାଲ ଓ ଦିବ୍ୟାସୁ ସାକସେନ୍ ସତର୍କତା ସହ ଇନିଂସ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟମ ଭାଗରେ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଓପନର ଜଶସ୍ୱ(୬୨) ଓ ଅଥର୍ବ (୫୫)ଙ୍କ ଅର୍ଦ୍ଧଶତକ ଓ ନିମ୍ନକ୍ରମରେ ରବି ବିଷ୍ଣୋଇଙ୍କ ୩୦ ରନ ସହାୟତାରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୩୩ ରନ କରିଥିଲା । ଏହାକୁ ପିଛା କରି ଅଷ୍ଟ୍ରେଲିଆ ଦଳ ସାମ ଫେନିଙ୍ଗ(୭୫) ଅର୍ଦ୍ଧଶତକ ବଳରେ ମାତ୍ର ୧୫୯ରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ସଫଳ ବୋଲର ଭାବରେ କାର୍ତ୍ତିକ ତ୍ୟାଗୀଙ୍କୁ ୪ ଉଇକେଟ ମିଳିଥିବା ବେଳେ ଆକାଶ ସିଂଙ୍କ ୩ଟି ଓ ରବି ବିଷ୍ଣୋଇଙ୍କୁ ଗୋଟିଏ ଉଇକେଟ ମିଳିଥିଲା ।

Loading...
>