୧୯ବର୍ଷରୁ କମ୍ ବିଶ୍ୱକପ : ଫାଇନାଲରେ ଭାରତ

ପୋଚେଫଷ୍ଟ୍ରମ : ଏଠାରେ ଚାଲିଥିବା ୧୯ବର୍ଷରୁ କମ୍ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଓ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଛି । ପାକିସ୍ତାନ ପ୍ରଥମ ଟସ୍ ଜିଣି ୧୭୨ରନରେ ସୀମିତ ରହିଥିଲା । ଏହାର ଜବାବରେ ଭାରତ ବିନା କୌଣସି ଉଇକେଟରେ ଏହି ସ୍କୋରକୁ ଅତିକ୍ରମ କରିଥିଲା । ଜସଶ୍ୱ ଜସୈଲଙ୍କ ଶତକ (୧୦୫) ଓ ସାକସେନାଙ୍କ ଅର୍ଦ୍ଧଶତକୀୟ (୫୯)ର ସହାୟତାରେ ଏହି ବିଜୟ ହାସଲ କରିଛି ଭାରତ । ଶତକୀୟ ଇନିଂସ ପାଇଁ ଜସୱେଲଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି ।

Loading...
>