ସୁଧୁରିବାର ନା’ ଧରୁନାହାନ୍ତି ପନ୍ତ, ପୁଣି ଖରାପ ସଟ୍ ଖେଳି ଆଉଟ୍ ହେଲେ

ମୋହାଲି :କୋଚ ରବି ଶାସ୍ତ୍ରୀଙ୍କ ଚେତାବନୀ ଓ ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନର କୌଣସୀ ପ୍ରଭାବ ଭାରତୀୟ ବ୍ୟାଟସମ୍ୟାନ ତଥା ୱିକେଟ୍ କିପର ରିଷଭ ପନ୍ତଙ୍କ ଉପରେ ପଡିନାହିଁ । ପୁଣି ସେ ଖରାପ ସର୍ଟ ଖେଳି ଆଉଟ ହୋଇଛନ୍ତି । ସେ ଗତକାଲିର ମ୍ୟାଚରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଉଚିତ ମୁକାବିଲା କରିପାରି ନଥିଲେ । ସେ ଖରାପ ସର୍ଟ ଖେଳି ଆଉଟ ହୋଇଥିଲେ । ସେ କେବଳ ୪ ରନ୍ ହିଁ କରିପାରିଥିଲେ ।ପନ୍ତ ଆଉଟ ହେବା ପରେ କ୍ୟାମେରା ଡ୍ରେସିଂ ରୁମରେ ବସିଥିବା କୋଚ ରବି ଶାସ୍ତ୍ରୀ ଓ ବ୍ୟାଟିଂ କୋଚ ବିକ୍ରମ ରାଠୋରଙ୍କ ଆଡେ ପଡିଥିଲା । ଯେଉଁଠି ଶାସ୍ତ୍ରୀଙ୍କ ମୁହଁରୁ ନିରାଶ ବାରି ହୋଇ ପଡୁଥିଲା । ରାଠୋର ମଧ୍ୟ ନିରାଶ ହୋଇଯାଇଥିଲେ ।ରଷଭ ୧୨ତମ ଓଭରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ସେତେବେଳେ ଶିଖର ଧାବନ ଆଉଟ ହୋଇଥିଲେ । ପନ୍ତ ପ୍ରଥମ ବଲରେ ଏକ ରନ୍ ନେଇଥିଲେ । ୧୩ତମ ଓଭରରେ ପନ୍ତଙ୍କୁ ଦୁଇଟି ବଲ ଖେଳିବାକୁ ସୁଯୋଗ ମିଳିଥିଲା । ଏଥିରୁ ଗୋଟିଏ ବଲରେ ପନ୍ତ ସିଙ୍ଗଲ ରନ୍ ନେଇଥିଲେ । ସେହିପରି ୧୪ତମ ଓଭରର ତୃତୀୟ ବଲରେ ତାଙ୍କୁ ୨ ରନ ମିଳିଥିଲା ।କିନ୍ତୁ ଚତୁର୍ଥ ବଲରେ ସେ କେବେ ସୁଧୁରିବେ ନାହିଁ ବୋଲି ପ୍ରମାଣ କରିଦେଇଥିଲେ । ଲେଗ୍ ଷ୍ଟମ୍ପରେ ପଡିଥିବା ଏକ ବଲକୁ ସେ ତରବେଜ୍ ସମସୀଙ୍କ ହାତରୁ ଠେଲି ଦେଇଥିଲେ । ସେ ଆଉଟ ହେବା ପରେ ଡ୍ରେସିଂ ରୁମରେ ରବି ଶାସ୍ତ୍ରୀ ନିରାଶ  ହୋଇପଡିଥିଲେ । ଏପରିକି ବ୍ୟାଟିଂ କୋଚ ମଧ୍ୟ ଶାସ୍ତ୍ରୀଙ୍କୁ ଅନାଇ କିଛି କହିଥିଲେ ।

Loading...
>