ସଚିନ୍ ସାରଙ୍କର ମୁଁ ଜଣେ ବଡ଼ ପ୍ରଶଂସକ : ଶୁଭମାନ

ନୂଆଦିଲ୍ଲୀ : ୨୦୧୮ ଫେବୃଆରୀ ମାସରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତର ବିଜୟ ପରେ ଯୁବ କ୍ରିକେଟର ସୁବମାନ୍ ଗିଲ୍ ଚର୍ଚ୍ଚାର ଶୀର୍ଷକୁ ଆସିଥିଲେ । ତାଙ୍କୁ ବିଭିନ୍ନ ମହଲରୁ ଢେର ପ୍ରଶଂସା ମିଳିଥିଲା । ୨୦୦୭ରୁ ସେ ଭାରତର କେତେକ ମହାନ୍ କ୍ରିକେଟରଙ୍କ ଖେଳକୁ ସେ ଅନୁଧ୍ୟାନ କରିଆସୁଥିଲେ । ତେବେ ନିଜ ଖେଳରେ ସେ କେବେବି କାହାକୁ ନକଲ କରିବାକୁ ଚେଷ୍ଟା କରିନାହାଁନ୍ତି । ଏକ ସାକ୍ଷାତକାର ଅବସରରେ ସୁବମାନ୍ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ସବୁବେଳେ ସଚିନ୍ ତେନ୍ଦୁଲକରଙ୍କ ବ୍ୟାଟିଂ ଶୈଳୀକୁ ଅତି ନିକଟରୁ ଅତି ଉତ୍କଣ୍ଠାର ସହ ଲକ୍ଷ୍ୟ କରିଥାଏ । ବିଭିନ୍ନ ସମୟରେ ସେ କିଭଳି ବ୍ୟାଟିଂ କରନ୍ତି ତାହାକୁ ମୁଁ ଲକ୍ଷ୍ୟ କରେ ଏବଂ ତାହା ମୋତେ ପ୍ରଭାବିତ ମଧ୍ୟ କରିଥାଏ । ୨୦୦୭ ଟି-୨୦ ବିଶ୍ୱକପ୍ର ପ୍ରାୟ ସବୁ ମ୍ୟାଚ୍ ମୁଁ ଉପଭୋଗ କରିଛି । ସଚିନ୍ ସାରଙ୍କର ମୁଁ ଜଣେ ବଡ଼ ପ୍ରଶଂସକ । ମୋର ମଧ୍ୟ କତେଜେଣ ରୋଡ୍ ମଡେଲ୍ ଅଛନ୍ତି । ସେମାନଙ୍କ କାର୍ଯ୍ୟଶୈଳୀ ମୁଁ ଅନୁଧ୍ୟାନ କରିଥାଏ; କିନ୍ତୁ କେବେବି କାହାକୁ ନକଲ କରିବା ପାଇଁ ଇଚ୍ଛା କରିନାହିଁ । ଅନେକ କ୍ରିକେଟର କେତେକ କ୍ରିକେଟରୁ ରୋଲ୍ ମଡେଲ୍ ଭାବେ ଗ୍ରହଣ କରି ସେମାନଙ୍କ ଶୈଳୀରେ ଖେଳିଥାଆନ୍ତି । ମୁଁ କିନ୍ତୁ କାହାକୁ ପସନ୍ଦ କରେ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ବିରାଟ କୋହଲିଙ୍କ ଖେଳିବା ଶୈଳୀ ଅତ୍ୟନ୍ତ ଚମତ୍କାର ଓ ଆନନ୍ଦଦାୟକ । ଅନେକ ମ୍ୟାଚରେ ସେ ଏଭଳି ବ୍ୟାଟିଂ କରିଥାନ୍ତି, ଯାହାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଇଚ୍ଛା ହୋଇଥାଏ । ମୋ ମତରେ ମହାନ୍ କ୍ରିକେଟରମାନଙ୍କର ବ୍ୟାଟିଂକୁ ନିରୀକ୍ଷଣ କରାଯାଇପାରେ । କିନ୍ତୁ ତାହାକୁ ନକଲ କରିବା ଉଚିତ୍ ହେବ ନାହିଁ । ଏହାଦ୍ୱାରା ନିଜର ଦକ୍ଷତା ଏବଂ ନିଜ ଖେଳିବାର ଶୈଳୀ ପ୍ରକାଶ ପାଇନପାରିବାର ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ସେ ମତ ଦେଇଛନ୍ତି ।

Loading...
>